ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ

ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଡିଓଙ୍କ ସମେତ ଗଞ୍ଜାମ ଜିଲାପାଳ, ଛତ୍ରପୁର ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ। ତେବେ ମାସକ ପରେ ଅର୍ଥାତ ସୋମବାର ସୂର୍ଯନାରାୟଣ ବିଡିଓ ସୀମାଞ୍ଚଳ ମହାନ୍ତିଙ୍କୁ ଭେଟି ଇସ୍ତଫା ପତ୍ରକୁ ଫେରାଇ ଆଣିବା ପାଇଁ ଦରଖାସ୍ତ କରିଥିଲେ। ବିଡିଓ ଏହାକୁ ଗ୍ରହଣ କରିଛନ୍ତି। ପୂର୍ବଭଳି ସୂର୍ଯ୍ୟନାରାୟଣ ଅଧ୍ୟକ୍ଷ ଭାବେ ସମସ୍ତ ଫାଇଲପତ୍ରରେ ଦସ୍ତଖତ କରିଛନ୍ତି। ଅଧ୍ୟକ୍ଷଙ୍କୁ ନେଇ ଗତ ମାସେ ହେଲା ବ୍ଲକ ବିଜେଡିରେ ଲାଗି ରହିଥିବା ଗୋଟିଏ ପରେ ଗୋଟିଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୂର୍ଯ୍ୟ ନାରାୟଣ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ଗତ ମାସରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫାପତ୍ର ଫେରାଇ ଆଣିବା ପାଇଁ ଦେଇଥିବା ଦରଖାସ୍ତରେ ବାଧ୍ୟବାଧକତାରେ ଇସ୍ତଫାପତ୍ର ପ୍ରଦାନ କରିଥିଲି ବୋଲି ସେ ଦର୍ଶାଇଛନ୍ତି। କେତେଜଣ ଖଳ ପ୍ରକୃତିିର ଲୋକ ତାଙ୍କୁ ଭୟଭୀତ ଓ ବ୍ଲାକମେଲିଂ କରିବାରୁ ଇସ୍ତଫା ପତ୍ରକୁ ଦେଇଥିଲେ ବୋଲି ବିଡିଓଙ୍କୁ ଜଣାଇଛନ୍ତି। ଏ ନେଇ ଅଧ୍ୟକ୍ଷ ପଣ୍ଡାଙ୍କୁ ପଚାରିବାରେ ତାଙ୍କୁ ଅପହରଣ କରି ନିଆଯାଇଥିଲା ଓ ଯେଉଁ କାଗଜ ଦିିଆଯିିବ ସେଥିରେ ଦସ୍ତଖତ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି। ଗତ ୨୦ ତାରିଖରେ ପୁଅ ସୋସିଆଲ ମିଡ଼ିଆରେ ଯେଉଁ ସବୁ ଲିଖିତ ଅଭିଯୋଗ ପଠାଇଥିଲେ ତାହା ସତ୍ୟ। ମାତ୍ର ଅଧ୍ୟକ୍ଷ ନିଜେ ଥାନାକୁ ଯାଇ ଆଇଆଇସିଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଓ ଗଣମାଧ୍ୟମ ଆଗରେ ଦେଇଥିବା ମନ୍ତବ୍ୟ ମିଥ୍ୟା। ଧମକ ଭୟରେ ଏପରି ଅଭିଯୋଗ କରିଥିଲେ ବୋଲି ସୂର୍ଯ୍ୟ ନାରାୟଣ କହିଛନ୍ତି। ଇସ୍ତଫାପତ୍ର ଫେରସ୍ତ ଲାଗି ଗତ ୨୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ମୁଖ୍ୟମନ୍ତ୍ରୀ, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଙ୍କ ନିକଟକୁ ପଠାଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ବିଜେଡିର ମର୍ଯ୍ୟଦା ରକ୍ଷା ଲାଗି ଇସ୍ତଫାପତ୍ର ଫେରାଇ ଆଣିଛି ବୋଲି କହିଛନ୍ତି। ତେବେ କିଏ ଅପହରଣ କରିଥିଲେ, ବନ୍ଧୁକ ଦେଖାଇ ଧମକ ଦେଇଥିଲେ ବ୍ଲକ ଅଧ୍ୟକ୍ଷ କହିବାକୁ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri