ଓ୍ବାଶିଂଟନ୍,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର ପରବର୍ତ୍ତୀ ଟାର୍ଗେଟ କ୍ୟୁବା ହେବ। ୱାଶିଂଟନର ହ୍ବାଇଟ ହାଉସରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ମୁଁ ଭାବୁଛି କ୍ୟୁବାକୁ ନେବା ଏକ ସମ୍ମାନର କଥା ହେବ। ମୁଁ ଏହାକୁ ମୁକ୍ତ କରିପାରିବି କିମ୍ବା ନେଇପାରିବି। ମୁଁ ଏହା ସହିତ ଯାହା ଚାହିଁବି ତାହା କରିପାରିବି।” ଗତ କିଛି ବର୍ଷ ଧରି କ୍ୟୁବା ଆର୍ଥିକ ସଙ୍କଟ, ବିଦ୍ୟୁତ୍ ଅଭାବ ଏବଂ ବିଶାଳ ପ୍ରତିବାଦ ସହିତ ସଂଘର୍ଷ କରୁଛି। ଆପଣଙ୍କୁ କହି ରଖୁଛୁ ଯେ ଏହାର ଅର୍ଥ ହେଉଛି ଟ୍ରମ୍ପ ଏବେ ଲାଟିନ ଆମେରିକାରେ ପ୍ରାଧାନ୍ୟ ସ୍ଥାପନ କରିବାକୁ ଚାହୁଁଛନ୍ତି।

