ଇରାନ ଖସାଇଛି ୟୁକ୍ରେନ ବିମାନ

ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି କରାଯାଉଛି। ଇରାନ ରାଜଧାନୀ ତେହେରାନସ୍ଥିତ ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୋଇଙ୍ଗ୍‌ ୭୩୭-୮୦୦ ବୁଧବାର ସକାଳ ୬ଟା ୧୨ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ଏହାର ମାତ୍ର ୨ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସମସ୍ତ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଇରାନ ଭୁଲବଶତଃ ଏହାକୁ ଟାର୍ଗେଟ କରି ଖସାଇଦେଇଛି ବୋଲି ଆମେରିକା ଦାବି କରୁଥିବାବେଳେ ନ୍ୟୁୟର୍କ ଟାଇମ୍ସ ଏବଂ ସିଏନ୍‌ଏନ୍‌ ସମେତ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ହାତରେ ଦୁର୍ଘଟଣା ବେଳର ଦୃଶ୍ୟ ଥିବା ୧୦ ସେକେଣ୍ଡ ଅବଧିର ଏକ ଭିଡିଓ ଲାଗିଛି। ବିମାନବନ୍ଦର ନିକଟରେ ଏକ କ୍ଷେପଣାସ୍ତ୍ର ବିମାନକୁ ମାଡ଼ କରିବା ପରେ ଏହା ତଳକୁ ଖସିପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି। ତେଣୁ ଇରାନ ଭୁଲରେ ଏହାକୁ ଆମେରିକାର ବିମାନ ଭାବି ଖସାଇ ଦେଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
୩ରେ ଇରାକ ରାଜଧାନୀ ବାଗଦାଦସ୍ଥିତ ବିମାନବନ୍ଦରରେ ଆମେରିକା ସେନାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଓ ଅନ୍ୟ କେତେଜଣ ଅଧିକାରୀ ନିହତ ହୋଇଥିଲେ। ଇରାନ ଏହାର ପ୍ରତିଶୋଧ ନେବାକୁ ଯାଇ ୮ ତାରିଖରେ ଇରାକର ଅଲ-ଅସାଦ୍‌ ଓ ଇର୍‌ବିଲ୍‌ସ୍ଥିତ ଆମେରିକାର ଦୁଇଟି ସେନାଘାଟିକୁ ଟାର୍ଗେଟ କରିଥିଲା। ଏହାର କିଛି ସମୟ ପରେ ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଲା। ପ୍ରଥମେ ଏହାକୁ ଯାନ୍ତ୍ରିକ ତ୍ରୁଟିଜନିତ ବୋଲି କୁହାଯାଉଥିଲା। କିନ୍ତୁ ଇରାନର ମିଶାଇଲ ଆକ୍ରମଣ ପରେ ଏହି ଦୁର୍ଘଟଣା ଘଟିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲା। ଇତିମଧ୍ୟରେ ଦୁର୍ଘଟଣାସ୍ଥଳ ନିକଟରୁ ରୁଷିଆ ନିର୍ମିତ ଏକ ମିଶାଇଲର ଯନ୍ତ୍ରାଂଶ ମିଳିବା ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ତେଣୁ ୟୁକ୍ରେନର ୪୫ ଜଣିଆ ତଦନ୍ତକାରୀ ଦଳ ତେହେରାନରେ ପହଞ୍ଚତ୍ ଖୋଳତାଡ଼ କରୁଛନ୍ତି। ସେମାନେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରିବା ଲାଗି ଉଦ୍ୟମ ଜାରି ରଖିଥିବାବେଳେ ଏକ ଭିଡିଓ ସାମ୍ନାକୁ ଆସିଛି। ଉଡ଼ାଣ କରିବାର କିଛି ସମୟ ପରେ ପାରାଣ୍ଡ ସହର ଆକାଶରେ ବିମାନକୁ ଏକ କ୍ଷେପଣାସ୍ତ୍ର ଧକ୍କା ଦେଇଥିଲା।୍‌ ଫଳରେ ଏହା ସିଗ୍‌ନାଲ ପ୍ରେରଣ କରିବା ବନ୍ଦ କରିଦେଇଥିଲା। କିନ୍ତୁ ଏଥିରେ ବିମାନ ବିସ୍ଫୋରଣ ହୋଇ ନ ଥିଲା। ଆଉ କିଛି ସମୟ ଉଡ଼ାଣ କରିବା ପରେ ବିମାନବନ୍ଦର ଆଡ଼କୁ ଏହା ଘୁଞ୍ଚତ୍ ଆସିଥିଲା। ତଳେ ଖସିପଡ଼ିବା ପୂର୍ବରୁ ଏଥିରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଭିବା ପରେ ଏହାର ଭଗ୍ନାବଶେଷ ଚତୁର୍ଦ୍ଦିଗରେ ବିଛାଡ଼ି ହୋଇ ପଡ଼ିଥିଲା। ଜିଓଲୋକେଶନ (ଭୂଅବସ୍ଥିତି) ଟେକ୍ନୋଲୋଜି ବ୍ୟବହାର କରି ଓ ଅନ୍ୟ କେତେକ ଜ୍ଞାନକୌଶଳ ପ୍ରୟୋଗ କରି ବେଲ୍ଲିଙ୍ଗ୍‌କେଟ ନାମକ ଏକ ନିରପେକ୍ଷ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ସ୍ପଷ୍ଟ କରିିଛି ଯେ ଏହି ଭିଡିଓ ପାରାଣ୍ଡରେ ହିଁ ଶୁଟ୍‌ କରାଯାଇଛି। ସେହିପରି ମହାକାଶ ଜ୍ଞାନକୌଶଳ କମ୍ପାନୀ ମାକ୍ସାର ଟେକ୍ନୋଲୋଜି ପକ୍ଷରୁ ଗୁରୁବାର ଉପଗ୍ରହ ଜରିଆରେ ଦୁର୍ଘଟଣାସ୍ଥଳ ଆଖପାଖ ଅଞ୍ଚଳର ଚିତ୍ର ଉତ୍ତୋଳନ କରାଯାଇଛି। ଭିଡିଓ ଫୁଟେଜ୍‌ ଓ ଉପଗ୍ରହ ଫଟୋରେ ତାଳମେଳ ଖାଉଥିବା ନ୍ୟୁୟର୍କ ଟାଇମ୍ସ କହିଛି। ବେଲ୍ଲିଙ୍ଗକେଟ କହିଛି ଯେ, ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିବାବେଳେ ଏହାକୁ କେହି ରେକର୍ଡିଂ କରିବା ଆରମ୍ଭ କରିଥିଲେ। ନ୍ୟୁୟର୍କ ଟାଇମ୍ସ ମଧ୍ୟ କହିଛି, ପ୍ରଥମ ମିଶାଇଲ ଛଡ଼ାଯିବା ପରେ ଶବ୍ଦ ଶୁଣି ସମ୍ପୃକ୍ତ ବ୍ୟକ୍ତି ସେତେବେଳର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ୍‌ କରିଥିଲେ।

‘ଉଡ଼ାଣ ପରେ ଆପେ ଆପେ ଖସିପଡ଼େନି ବିମାନ’

ଇରାନ, ୟୁକ୍ରେନ ଓ ଆମେରିକାର ସରକାର ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛନ୍ତି। କେତେଜଣ ବିଶ୍ଳେଷକ ଆଣ୍ଟାଇ-ଏୟାରକ୍ରାଫ୍ଟ ମିଶାଇଲ ଯୋଗୁ ବିମାନ ଖସିପିଡ଼ିଥିବା ନେଇ ସାମ୍ନାକୁ ଆସିଥିବା ତଥ୍ୟ ସହ ଏକମତ ହୋଇଛନ୍ତି। ଆମେରିକାର ଟିଏଲ୍‌ ଗ୍ରୁପ୍‌ ଭାଇସ୍‌ ପ୍ରେସିଡେଣ୍ଟ ତଥା ଏରୋସ୍ପେସ୍‌ ଆନାଲିଷ୍ଟ ରିଚାର୍ଡ ଅବୋଉଲାଫିଆ କହିଛନ୍ତି, ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଆପେ ଆପେ ଖସିପଡ଼େ ନାହିଁ। ୟୁକ୍ରେନ୍‌ ବିମାନକୁ ଏକ ଗ୍ରେନେଡ ମାଡ଼ ହୋଇଛି। ଆଣ୍ଟାଇ-ଏୟାରକ୍ରାଫ୍ଟ
ମିଶାଇଲ ଆକ୍ରମଣରେ ଏହା ଖସିପିଡ଼ିଥିବା ଜଣାପଡ଼ୁଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟିଜନିତ ଦୁର୍ଘଟଣା ନୁହେଁ।

ତଦନ୍ତ ବିଶ୍ୱସନୀୟ ହେଉ: ଟ୍ରୁଡୋ

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୭୬ ଯାତ୍ରୀଙ୍କ ମଧ୍ୟରୁ ୬୩ ଜଣ ଥିଲେ କାନାଡା ନାଗରିକ। ତେଣୁ ଦୁର୍ଘଟଣାର ବିଶ୍ୱସନୀୟ ଓ ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦାବି କରିଛନ୍ତି। ଏହା ସହ ସେ ଦୁର୍ଘଟଣାସ୍ଥଳକୁ କାନାଡା ଓ ଅନ୍ତର୍ଜାତୀୟ ତଦନ୍ତକାରୀଙ୍କୁ ଯାଞ୍ଚ ପାଇଁ ଯିବାକୁ ଅନୁମତି ଦିଆଯାଉ ବୋଲି ଇରାନକୁ ଅନୁରୋଧ କରିଛନ୍ତି।

ମିଶାଇଲ ମାଡ଼ ହୋଇଛି

ଇରାନର ମିଶାଇଲ ମାଡ଼ରେ ୟୁକ୍ରେନ ବିମାନ ଖସିପଡ଼ିଥିବା ଡଚ୍‌ ସାମରିକ ଗୋଇନ୍ଦା ସଂସ୍ଥା ଏମ୍‌ଆଇଭିଡି କହିଛି। କ୍ୟାବିନେଟ ବୈଠକ ପରେ ପ୍ରତିରକ୍ଷାମନ୍ତ୍ରୀ ଆଙ୍କ ବିଜ୍‌ଲେଭେଲ୍ଡ କହିଛନ୍ତି, ଏମ୍‌ଆଇଭିଡିଠାରୁ ମିଳିଥିବା ତଥ୍ୟାନୁସାରେ ଇରାନର ଆଣ୍ଟାଇ-ଏୟାରକ୍ରାଫ୍ଟ ମିଶାଇଲ ଏହି ବିମାନ ସହ ମାଡ଼ ହୋଇଥିଲା। ଏଥିଯୋଗୁ ବିମାନ ଖସିପଡ଼ିଥିଲା। ସେହିପରି ଡଚ୍‌ ବହିର୍ବ୍ୟାପାର ମନ୍ତ୍ରୀ ଷ୍ଟେଫ୍‌ ବ୍ଲକ୍‌ ମଧ୍ୟ ବ୍ରସେଲ୍ସରେ ସମାନ କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri