ଇରାନର ଆଣବିକ କେନ୍ଦ୍ର ନିକଟରେ ଭୂକମ୍ପ

ତେହେରାନ୍‌,୮।୧: ଇରାନରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରେ ଲାଗିଛି। ବୁଧବାର ଆମେରିକା ଏୟାର ବେସ୍‌ ଉପରେ ଇରାନ୍‌ ଆକ୍ରମଣ କରିଛି। ଏହାର କିଛି ସମୟ ପରେ ତେହେରାନ୍‌ ନିକଟରେ ୟୁକ୍ରେନ୍‌ର ଏକ ଯାତ୍ରୀ ବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ଅଳ୍ପ ସମୟ ମଧ୍ୟରେ ଇରାନ୍‌ର ବୁଶହର ଆଣବିକ କେନ୍ଦ୍ର ନିକଟରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଥିବା କୁହାଯାଉଛି। ପୂର୍ବରୁ ଗତ ଡିସେମ୍ବର ୨୬ରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୁତ ହୋଇଥିଲା।

Share