Categories: ଜାତୀୟ

ଇରାନରେ ‘ର’ ଅଧିକାରୀଙ୍କୁ ବିପଦରେ ପକାଇଥିଲେ ଅନସାରୀ

ନୂଆଦିଲ୍ଲୀ,୯ା୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ଜନୈକ ପୂର୍ବତନ ଅଧିକାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଇରାନରେ ଅନସାରୀ ‘ର’ କାର୍ଯ୍ୟକଳାପକୁ ପଦାରେ ପକାଇ ଏହାର ଅଧିକାରୀମାନଙ୍କ ଜୀବନ ପ୍ରତି ବିପଦ ଆଣିଥିଲେ ବୋଲି ପୂର୍ବତନ ଅଧିକାରୀ ଏନ୍‌.କେ. ସୁଦ୍‌ କହିଛନ୍ତି। ଗୋଇନ୍ଦା ତଥ୍ୟ ସଂଗ୍ରହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅନସାରୀଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୦୧୭ରେ କେତେଜଣ ପୂର୍ବତନ ‘ର’ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। ୧୯୯୦-୧୯୯୨ ଅନସାରୀ ଇରାନ୍‌ରେ ଭାରତର ରାଷ୍ଟ୍ରଦୂତ ଥିଲେ।

Share