ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର କରାଚିର ଆଗା ଖାନ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ଆସିବା ପରେ ଇମ୍ରାନ ଦୁଃଖ ପ୍ରକାଶ କରିଛନ୍ତି। ଇମ୍ରାନ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିବା ସହ ଜଣେ ଭଲ ସହଯୋଗୀଙ୍କୁ ହରାଇଲେ ବୋଲି କହିଛନ୍ତି। ଗତ ୨ ବର୍ଷ ତଳେ ସେ କ୍ୟାନସରରେ ପୀଡିତ ଥାଇ ମଧ୍ୟ ଦଳର ସମସ୍ତ କାର୍ଯ୍ୟରେ ଖୁବ୍‌ ସହଯୋଗ କରୁଥିଲେ ବୋଲି ଇମ୍ରାନ କହିଛନ୍ତି।

Share