ଇନ୍‌ସ୍ୟୁରାନ୍ସ, ଫାଇନାନ୍ସ କିସ୍ତି ଫାଙ୍କିବାକୁ ଚଞ୍ଚକତା : ଦୁଇ ବୋଲେରୋ, ଗୋଟିଏ ନମ୍ବର

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଦୁଇଟି ବୋଲେରୋ, ହେଲେ ଲାଗିଥିଲା ଗୋଟିଏ ନମ୍ବର (ଓଡ଼ି୩୪ଇ୫୫୭୮)। ଗାଡ଼ିର ରଙ୍ଗ ଓ ସମ୍ମୁଖ ଭାଗରେ ସମାନ ଭାବେ ‘ସୁବର୍ଣ୍ଣମୁଖୀ’ ଲେଖାଥିଲା। କେହି ବି ଅଲଗା ଅଲଗା ଗାଡ଼ି ବୋଲି ଜାଣିବା କଷ୍ଟକର ଥିଲା। ଏଭଳି ଚଞ୍ଚକତା କରି ଇନ୍‌ସ୍ୟୁରାନ୍ସ, ଫାଇନାନ୍ସ କିସ୍ତି ଫାଙ୍କି ଚାଲିଥିଲେ ଗାଡ଼ି ମାଲିକ। ଏପରି କି ଚନ୍ଦ୍ରଶେଖରପୁରସ୍ଥିତ ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ମୁଖ୍ୟାଳୟରେ ମଧ୍ୟ ଦୁଇ ଗାଡ଼ିକୁ ଦୀର୍ଘଦିନ ହେବ ଭଡ଼ାରେ ଲଗାଇଥିଲେ। ଶେଷରେ ଗାଡ଼ି ପଛପାର୍ଶ୍ୱ କାଚରେ ଲାଗିଥିବା ହନୁମାନ ଓ ଜଗନ୍ନାଥଙ୍କ ଦୁଇ ଭିନ୍ନ ଷ୍ଟିକର ଯୋଗୁ କାର୍‌ସାଦି ଧରାପଡିଗଲା। ଏବେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦୁଇ ଗାଡ଼ିକୁ ଜବତ କରିବା ସହ ଗାଡିର କାଗଜପତ୍ର ଯାଞ୍ଚ କରିଛି। ମାଲିକ କୃଷ୍ଣଚନ୍ଦ୍ର ବାରିକ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନାନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ଗୋଟିଏ ବୋଲେରୋ ଥିଲା। ପରେ ଆଉଗୋଟିଏ ଗାଡ଼ିକୁ ଫାଇନାନ୍ସରେ କିଣିଥିଲେ। ମାସିକିଆ ଭଡ଼ାରେ ଲଗାଇଥିଲେ ମଧ୍ୟ ଫାଇନାନ୍ସ କିସ୍ତି ଦେଉ ନ ଥିଲେ। ଠକିବା ପାଇଁ ପୂର୍ବରୁ ରହିଥିବା ଗାଡ଼ି ନମ୍ବରକୁ ଫାଇନାନ୍ସରେ ଆଣିଥିବା ବୋଲେରୋରେ ବ୍ୟବହାର କରୁଥିଲେ। ଏନେଇ ଫାଇନାନ୍ସ ସଂସ୍ଥା ବାରମ୍ବାର ନୋଟିସ କରି ବିଫଳ ହେବା ପରେ ଗାଡ଼ି ଜବତ ପାଇଁ ଉଦ୍ୟମ ହୋଇଥିଲା। କର୍ମଚାରୀମାନେ ଗାଡ଼ିକୁ ଖୋଜି ଖୋଜି କରି ଶେଷରେ ରବିବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଉକ୍ତ ଗାଡ଼ିକୁ ପିଛା କରିଥିଲେ। ଗାଡ଼ିଟି ରେଲ୍‌ଓ୍ବେ କାର୍ଯ୍ୟାଳୟ ଅଭିମୁଖେ ଯିବାର ଆଉ କିଛି ସମୟ ପରେ ସମାନ ନମ୍ବର ଓ ରଙ୍ଗର ଆଉ ଏକ ବୋଲେରୋ ସେହିବାଟେ ପ୍ରବେଶ କରିଥିଲା। ଫଳରେ ଫାଇନାନ୍ସ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। କିନ୍ତୁ ଉଭୟ ଗାଡି ପଛ କାଚରେ ଲାଗିଥିବା ଠାକୁରଙ୍କ ଷ୍ଟିକରରୁ ସେମାନେ ଜାଲିଆତି ନେଇ ସ୍ପଷ୍ଟ ହୋଇଥିଲେ। ଏହାପରେ ରେଲ୍‌ଓ୍ବେ କାର୍ଯ୍ୟାଳୟ ନିକଟରେ ଦୁଇ ଗାଡ଼ିକୁ ଅଟକାଇ ସେମାନେ ପୋଲିସକୁ ଫୋନ୍‌ କରିଥିଲେ।
ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ଯେ, ଗାଡ଼ି ମାଲିକ ଫାଇନାନ୍ସ ସଂସ୍ଥାକୁ କିସ୍ତି ଟଙ୍କା ନ ଦେଇ ଏଭଳି ଗୋଟିଏ ନମ୍ବର ପ୍ଲେଟ ବ୍ୟବହାର କରିଛନ୍ତି। ତଦନ୍ତ ଚାଲିଛି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri