ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍‌

ହଲିଉଡ୍‌ ଅଭିନେତ୍ରୀ ଜେନିଫର୍‌ ଏନିଷ୍ଟନ୍‌ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର ହୋଇଛନ୍ତି। ଇନ୍‌ଷ୍ଟ୍ରାଗ୍ରାମରେ ଡେବ୍ୟୁ କରିବାର କିଛି ସମୟ ମଧ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ଗୋଟିଏ ଦିନରେ ତାଙ୍କର ଏତେ ଫଲୋଅର୍ସ ହୋଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଡେବ୍ୟୁ କରିବା କିଛି ସମୟ ମଧ୍ୟରେ ପ୍ରାୟ ୧୧.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିଚାଲିଛି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଲେଖିଛନ୍ତି, ଏବେ ମୁଁ ଇନ୍‌ଷ୍ଟାଗ୍ରାମ୍‌ ଫ୍ରେଣ୍ଡ୍‌ ବି ହୋଇଗଲି। ହାୟ ଇନ୍‌ଷ୍ଟାଗ୍ରାମ୍‌।


କହିରଖୁଛୁ, ଜେନିଫର୍‌ ଆମେରିକାନ୍‌ କମେଡି ଟିଭି ସିରିୟଲ ‘ଫ୍ରେଣ୍ଡ୍‌ସ’ରେ ରେଚଲ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଅଭିନୟ ତାଙ୍କୁ ସ୍ବତନ୍ତ୍ର ପରିଚୟ ଆଣି ଦେଇଛି। ଘରେ ଘରେ ସେ ପ୍ରିୟ ହୋଇଯାଇଛନ୍ତି। ଏହା ବ୍ୟତୀତ ସେ ‘ବ୍ରୁଶ୍‌ ଅଲ୍‌ମାଇଟି’, ‘ଡିରେଲ୍ଡ’, ‘ମାର୍ଲି ଆଣ୍ଡ୍‌ ମି’ପରି ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ଜେନିଫର ଏନିଷ୍ଟନ୍‌ ବ୍ରେଡ୍‌ ପିଟ୍‌ଙ୍କ ପ୍ରଥମ ସ୍ତ୍ରୀ। ୫ ବର୍ଷ ବୈବାହିକ ଜୀବନ ଏକାଠି କାଟିବା ପରେ ୨୦୦୫ରେ ଦୁଇଜଣ ଅଲଗା ହୋଇଯାଇଥିଲେ। ଯେଉଁ ସମୟରେ ସେ ପିଟ୍‌ ଏଞ୍ଜେଲିନା ଜୋଲିଙ୍କୁ ଡେଟ୍‌ କରୁଥିଲେ। ଏହା ପରେ ଜେନିଫର୍‌ ଜଷ୍ଟିନ୍‌ ଥେରାକ୍ସଙ୍କୁ ବିବାହ କରିଥିଲେ। ୨୦୧୮ରେ ତାଙ୍କ ସହିତ ମଧ୍ୟ ଛାଡ଼ପତ୍ର ହୋଇଥିଲା।

Share