Categories: ବାଣିଜ୍ୟ

ଇନ୍‌ଫୋସିସ୍‌ ସିଇଓଙ୍କୁ ମିଳିଛି ୨୪.୬୭ କୋଟିର ପ୍ୟାକେଜ

ବେଙ୍ଗାଲୁରୁ,୨୧-୫: ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୪.୬୭ କୋଟି ଟଙ୍କାର ଦରମା ପ୍ୟାକେଜ ମିଳିଥିଲା। କମ୍ପାନୀ ନିଜର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦେଇଛି। ପାରେଖ ଜାନୁୟାରୀ ୨୦୧୮ରେ କମ୍ପାନୀରେ ଯୋଗ ଦେଇଥିଲେ। ସେ ନିଶ୍ଚିତ ବେତନ ଭାବେ ୬.୦୭ କୋଟି ଟଙ୍କା ମିଳିଥିବା ବେଳେ ବୋନସ, ପ୍ରୋତ୍ସାହନ ଏବଂ ଭେରିଏବଲ୍ସ ପେ ବାବଦରେ ୧୦.୯୬କୋଟି ଟଙ୍କା ପାଇଛନ୍ତି। ଇନ୍‌ଫୋସିସ୍‌ ନିଜର ସିଇଓଙ୍କୁ ୭.୬୪ କୋଟି ଟଙ୍କା ଅନ୍ୟାନ୍ୟ ସୁବିଧା ରୂପରେ ଦେଇଛି। ଅନ୍ୟପକ୍ଷରେ ଦେଶର ଏକ ନମ୍ବର ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ସିଇଓ ରାଜେଶ ଗୋପିନାଥନ ଗତ ଆର୍ଥିକ ବର୍ଷରେ ୧୬ କୋଟି ଟଙ୍କାର ପ୍ୟାକେଜ ପାଇଥିଲେ। କମ୍ପାନୀ ରିପୋର୍ଟରେ ଏହା କୁହାଯାଇଛି। ଗୋପିନାଥନଙ୍କ ବେତନରେ ପୂର୍ବାପେକ୍ଷା ୨୮ ପ୍ରତିଶତ ବୃଦ୍ଧି ହୋଇଛି।

Share