Categories: ଜାତୀୟ

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ୧୯୫୧ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଚରଣ ସିଂ ଏବଂ ମୋରାରଜୀ ଦେଶାଇଙ୍କ ଅଧୀନରେ କାମ କରିଥିଲେ।

Share