Posted inଜାତୀୟ

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍‌କ୍ଷେପଣ ହୋଇଛିି। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ପୃଥିବୀକୁ ଚନ୍ଦ୍ରର ଉତ୍ତର ପାର୍ଶ୍ୱ ଦେଖାଯାଇଥାଏ। ଏହାର ଦକ୍ଷିଣ ପାର୍ଶ୍ୱରେ କମ୍‌ ଆଲୋକ ପଡୁଥିବାରୁ ଏହା ଅନ୍ଧାର ଭଳି ଦେଖାଯାଇଥାଏ। ପ୍ରଥମ ମହାକାଶ ଯାନ ଭାବେ ଚନ୍ଦ୍ରୟାନ-୨ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ। ଏହି ତଥ୍ୟ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ୪୪ ମିଟର ଉଚ୍ଚତା ବିଶିଷ୍ଟ ଚନ୍ଦ୍ରୟାନ-୨ରେ ଥିବା ଓର୍ବିଟରର ଲମ୍ବ ୨.୫ ମିଟର। ଏହାର ଓଜନ ୩୫ ଶହ କିଗ୍ରା ରହିଛି। ସେହିପରି ଏଥିରେ ଥିବା ଲାଣ୍ଡର ବିକ୍ରମର ଲମ୍ବ ୩.୫ ମିଟର ରହିଛି। ଏହାର ଓଜନ ୧୪ ଶହ କିଗ୍ରା। ଏଥିରେ ଥିବା ରୋଭର ପ୍ରଜ୍ଞାର ଲମ୍ବ ଏକ ମିଟର ଏବଂ ଏହାର ଓଜନ ୨୭ କିଗ୍ରା ରହିଛି।

ଚନ୍ଦ୍ରୟାନ-୨ର ବିଶେଷତ୍ୱ


ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଏହା ପ୍ରଥମ ମିଶନ୍‌।
ନିଜସ୍ବ ଜ୍ଞାନକୌଶଳରେ ଚନ୍ଦ୍ରୟାନ-୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ଏହା ପ୍ରଥମ ପ୍ରୟାସ ।
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍‌ କରିବାରେ ଆମେରିକା, ରୁଷିଆ ଓ ଚାଇନା ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ।
ଅର୍ବିଟର: ଏହାର ଓଜନ ୨,୩୭୯ କିଲୋଗ୍ରାମ। ଏଥିରେ ୮ଟି ପେଲୋଡ୍‌ ରହିଛି। ଏହା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍‌ ସ୍ପେସ ନେଟ୍‌ଓ୍ବାର୍କ (ଆଇଡିଏସଏନ)କୁ ତଥ୍ୟ ପଠାଇବ। ଏହାର ଲ୍ୟାଣ୍ଡର ସହ ବି ସମ୍ପର୍କ ରହିବ। ଟେରାଇନ ମ୍ୟାପିଂ କ୍ୟାମେରା ପୂରା ଚନ୍ଦ୍ରର ଏଲିଭେସନ ମଡେଲ ପ୍ରସ୍ତୁତ କରିବ। ଲାର୍ଜ ଏରିଆ ସଫ୍ଟ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠର ବିଭିନ୍ନ ଉପାଦାନ ଉପରେ ପରୀକ୍ଷା କରିବ ।
ସୋଲାର ଏକ୍ସରେ ମନିଟର-ସୋଲାର ଏକ୍ସରେ ସ୍ପେକ୍ଟ୍ରମର ଇନପୁଟ ଉପଲବ୍ଧ କରାଇବ।
ଲ୍ୟାଣ୍ଡର ବିକ୍ରମ: ଏହାର ଓଜନ ୧,୪୭୧ କିଲୋଗ୍ରାମ। ପ୍ରତି ସେକେଣ୍ଡରେ ଦୁଇ ମିଟର ଗତି କରିବ। ବେଙ୍ଗାଲୁରୁର ଆଇଡିଏସଏନ ସହ ଅର୍ବିଟର ଓ ରୋଭରର ସମ୍ପର୍କ କରାଇବ। ସରଫେସ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ-ଚନ୍ଦ୍ରର ଥର୍ମାଲ କଣ୍ଡକ୍ଟିିଭିଟି ଉପରେ ତଥ୍ୟ ସଂଗ୍ରହ କରିବ। ଲେଙ୍ଗମ୍ୟୁର ପ୍ରୋବ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅଧ୍ୟୟନ କରିବ।
ରୋଭର ପ୍ରଜ୍ଞା: ଏହା ସୌର ଶକ୍ତି ସାହାଯ୍ୟରେ ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ।

୨୦୦୩ରୁ ଆରମ୍ଭ ହୋଇଥିଲା ମୁନ୍‌ ମିଶନ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୦ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ବାର୍ତ୍ତାରେ ଚନ୍ଦ୍ରୟାନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ଭାରତର ଏହି ମୁନ୍‌ ମିଶନ୍‌ ୨୦୦୩ରୁ ଆରମ୍ଭ ହୋଇଥିଲା।
୨୦୦୩ ନଭେମ୍ବର: ମୁନ୍‌ ମିଶନକୁ ସରକାର ଅନୁମୋଦନ କରିଥିଲେ।
୨୦୦୮ ଅକ୍ଟୋବର ୨୨: ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୧ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା।
୨୦୦୮ ନଭେମ୍ବର ୨୬: ଚନ୍ଦ୍ରୟାନ-୧ରେ ଥିବା ସ୍ବଦେଶୀ ଜ୍ଞାନକୌଶଳଯୁକ୍ତ ଟେରେନ ମ୍ୟାପିଙ୍ଗ୍‌ କ୍ୟାମେରା ପ୍ରଥମେ କାର୍ଯ୍ୟକ୍ଷମ ହୋଇ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ପୃଥିବୀକୁ ପଠାଇଥିଲା।
୨୦୦୯ ଅଗଷ୍ଟ ୨୮: ଚନ୍ଦ୍ରାୟନ-୧ ୨ବର୍ଷ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଥିବାବେଳେ ଏହିଦିନ ହଠାତ ତାହା ସହ ଯୋଗାଯୋଗ ବନ୍ଦ ହୋଇଯାଇଥିଲା। ଏହି ଯାନ ଚନ୍ଦ୍ରର କକ୍ଷପଥରେ ୩୧୨ ଦିନ କାର୍ଯ୍ୟକ୍ଷମ ରହିଥିଲା।
୨୦୦୭ ନଭେମ୍ବର ୧୨: ଚନ୍ଦ୍ରୟାନ-୨ ପ୍ରକଳ୍ପ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ରୁଷିଆ ଫେଡେରାଲ ସ୍ପେସ୍‌ ଏଜେନ୍ସି (ରସ୍‌କସ୍‌ମସ୍‌) ଓ ଇସ୍ରୋ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଥିଲା।
୨୦୦୮ ସେପ୍ଟେମ୍ବର ୧୮: ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଉକ୍ତ ମିଶନକୁ ଅନୁମୋଦନ କରାଯାଇଥିଲା।
୨୦୦୯ ଅଗଷ୍ଟ: ଇସ୍ରୋ ଏବଂ ରସ୍‌କସ୍‌ମସ୍‌ ଚନ୍ଦ୍ରୟାନ-୨ର ଡିଜାଇନ୍‌ ସମ୍ପୂର୍ଣ୍ଣ କରିଥିଲେ। ତେବେ ଲ୍ୟାଣ୍ଡର ନିର୍ମାଣ କରିବାରେ ରୁଷିଆ ବିଳମ୍ବ କରିବାରୁ ଏହାର କାର୍ଯ୍ୟକ୍ରମକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡିଥିଲା। ଶେଷରେ ରସ୍‌କସ୍‌ମସ୍‌ ଚୁକ୍ତିନାମାରୁ ଓହରିଯିବାରୁ ଭାରତ ଏକାକୀ ମୁନ୍‌ ମିଶନ୍‌କୁ ଆଗେଇନେବାକୁ ନିଷ୍ପତ୍ତି ନେଇଥିଲା।
୨୦୧୯ ଜୁନ୍‌ ୨୮: ଲଞ୍ଚ ଭେହିକିଲ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ୩-ଏମ୍‌୧ ଏବଂ ଚନ୍ଦ୍ରୟାନ-୨ରେ ବ୍ୟାଟେରି ସଂଯୋଗ ହୋଇ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଥିଲା।
୨୦୧୯ ଜୁଲାଇ ୧: ଜିଏସ୍‌ଏଲ୍‌ଭି ରକେଟରେ ସଂଯୋଗ ହେବା ଲାଗି ଚନ୍ଦ୍ରୟାନ-୨ ପ୍ରସ୍ତୁତ ହୋଇଥିଲା। ୨୦୧୯ ଜୁଲାଇ ୭: ଜିଏସ୍‌ଏଲ୍‌ଭି ଏମ୍‌କେ୩-ଏମ୍‌୧କୁ ଲଞ୍ଚ୍‌ ପ୍ୟାଡ୍‌କୁ ନିଆଯାଇଥିଲା।
୨୦୧୯ ଜୁଲାଇ ୮: ଉତ୍‌କ୍ଷେପଣ ପାଇଁ ପ୍ରଥମ ରିହରସାଲ ହୋଇଥିଲା।
୨୦୧୯ ଜୁଲାଇ ୧୫: ଏହି ଦିନ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଥିଲେ।

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ


ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକଙ୍କୁ ଦେଶବିଦେଶରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ ଚନ୍ଦ୍ରୟାନ-୨ ମହାକାଶ ସମ୍ବନ୍ଧରେ ନୂତନ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି କହିଛନ୍ତି। ଏହା ୧୩୦କୋଟି ଭାରତୀୟଙ୍କ ସ୍ବପ୍ନକୁ ସାକାର କରିଛି ବୋଲି ନବୀନ ପ୍ରକାଶ କରିଛନ୍ତି।
ଶ୍ରେୟ ନେବାକୁ କଂଗ୍ରେସର ଉଦ୍ୟମ

ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ଏହାର ଶ୍ରେୟ ନେବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ ହୋଇଛି। ଏହି ପ୍ରକଳ୍ପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଞ୍ଜୁରୀ ପ୍ରଦାନ କରିଥିବାରୁ ତାଙ୍କୁ ଶ୍ରେୟ ମିଳିବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ଏଥିସହିତ ମହାକାଶ ଗବେଷଣା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ୧୯୬୨ରେ ଇନ୍‌କୋସ୍ପାର ମାଧ୍ୟମରେ ପାଣ୍ଠି ଯୋଗାଇଦେଇଥିଲେ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ପରିଣତ ହୋଇଥିଲା। ତେଣୁ ଚନ୍ଦ୍ରୟାନ-୨ର ସଫଳତା ନେହେରୁଙ୍କ ପାଖକୁ ଯିବା ଉଚିତ ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଉଦ୍ୟମକୁ ଭାଜପା ସମାଲୋଚନା କରିଛି। କଂଗ୍ରେସ ନିମ୍ନ ଧରଣର ମନ୍ତବ୍ୟ ଦେଇ ଭାରତର ଏତେବଡ଼ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିଥିବା ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri