Posted inଖେଳ

ଇଣ୍ଡୋ-ପାକ୍‌ କ୍ୱାଲିଫାୟର ୟୁରୋପରେ ନୁହେଁ: ଏଫ୍‌ଆଇଏଚ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.)-ୟୁରୋପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇଂ ମ୍ୟାଚ ଖେଳାଯିବା କୌଣସି ଯୋଜନା ନ ଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇ୍‌ଏଚ୍‌) ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ରାଜନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇଂ ମୁକାବିଲା ୟୁରୋପରେ କରିବା ଲାଗି ବିଚାର ଚାଲିଥିବା ପାକିସ୍ତାନ ହକି ଫେଡେରେଶନ (ପିଏଚ୍‌ଏଫ୍‌)ର ଜଣେ ଅଫିସିଆଲ ଗତ ସପ୍ତାହରେ କହିଥିଲେ। ମାତ୍ର ଏଫ୍‌ଆଇଏଚ୍‌ ମଙ୍ଗଳବାର ତାହାକୁ ଖଣ୍ଡନ କରିଛି। ପିଏଚ୍‌ଏଫ୍‌ର ଜଣେ ଅଫିସିଆଲ ଯାହା କହିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ। ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁଥିବା କ୍ୱାଲିଫାୟର୍ସରେ ଉଚ୍ଚସ୍ତରୀୟ ଟିମ୍‌ ନୀଚସ୍ତରର ଟିମ୍‌ ପରସ୍ପରକୁ ଭେଟିବେ। ପାକିସ୍ତାନ ଓ ଭାରତ ଇତିମଧ୍ୟରେ ଏ କ୍ୱାଲିଫାଇଂ ଟୁର୍ନାମେଣ୍ଟ ଜିତି ସାରିଥିବାରୁ ଡ୍ର’ରେ ଉଭୟେ ପରସ୍ପରକୁ ଭେଟିପାରନ୍ତି। କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପାକିସ୍ତାନ, ଇଜିପ୍ଟ, ଦକ୍ଷିଣ କୋରିଆ, ସ୍ପେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ଭାରତ ଏବଂ ଅନ୍ୟ କେତୋଟି ଦଳ ଭାଗନେବେ। ଦୁଇ ପାଦ ବିଶିଷ୍ଟ ଅଲିମ୍ପିକ କ୍ୱାଲିଫାୟରରେ ଭାରତ କେଉଁ ଦଳକୁ ଭେଟିବ ତାହା ସେପ୍ଟେମ୍ବର ୯ରେ ସୁଇଜରଲାଣ୍ଡର ଲାଉସାନେସ୍ଥିତ ଏଫ୍‌ଆଇଏଚ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଡ୍ର ଅନୁଷ୍ଠିତ ହେବ। ୮ଟି ଶୀର୍ଷ ର଼୍ୟାଙ୍କିଙ୍ଗ ଦଳ ମ୍ୟାଚଗୁଡ଼ିକ ଆୟୋଜନ କରିବେ। ଯଦି ଡ୍ର ଅନୁସାରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ପଡ଼େ ତେବେ ୟୁରୋପରେ ମ୍ୟାଚ ଆୟୋଜନର କୌଣସି ଯୋଜନା ନ ଥିବା ଏଫ୍‌ଆଇଏଚ୍‌ କହିଛି। ବର୍ତ୍ତମାନର ର଼୍ୟାଙ୍କିଙ୍ଗ ଅନୁସାରେ ଭାରତ ଉଭୟ ପୁରୁଷ ଓ ମହିଳା ଦଳର କ୍ୱାଲିଫାୟର ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଆୟୋଜନ କରିବ। ପାକିସ୍ତାନ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୭ତମ ସ୍ଥାନରେ ରହିଛି। ଦଳ ରିଓ ଡି’ ଜେନିରୋରେ ୨୦୧୬ରେ ଅନୁଷ୍ଠିତ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri