ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର ରୂପ ଧାରଣ କଲାଣି। କମ୍ପାନୀର ଦୁଇ ପ୍ରମୋଟର ରାକେଶ ଗଙ୍ଗଓ୍ବାଲ ଓ ରାହୁଲ ଭାଟିୟାଙ୍କ ମଧ୍ୟରେ ଏବେ ଅଭିଯୋଗ ପ୍ରତ୍ୟାଭିଯୋଗ ଜୋରଦାର ହୋଇଛି। କମ୍ପାନୀ ମ୍ୟାନେମେଣ୍ଟରେ ପରିବର୍ତ୍ତନ ପାଇଁ ଗଙ୍ଗଓ୍ବାଲ ଜୋର୍‌ ଦେଉଥିଲା ବେଳେ ରାହୁଲ ଏହାକୁ ନିଜ ନିୟନ୍ତ୍ରଣରେ ଏହା ରଖିବାକୁ ଚାହୁଁଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏବେ ଇଣ୍ଡିଗୋ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଗଙ୍ଗଓ୍ବାଲଙ୍କୁ ଡାକି ଜେରା କରିବାକୁ ଯାଉଛି। କମ୍ପାନୀ ବାଲାନ୍ସ ସିଟ୍‌ କୌଣସି ସରକାରୀ ଏଜେନ୍ସି ଦ୍ୱାରା ଯାଞ୍ଚ କରାଇବାକୁ ଭାଟିୟା ରାଜି। କାରଣ ତାଙ୍କ ମତରେ କମ୍ପାନୀର କାର୍ଯ୍ୟ ପ୍ରଣାଳୀରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଇଞ୍ଜିନ ନିର୍ମାତା ପ୍ର଼୍ୟାଟ୍‌ ଆଣ୍ଡ ହ୍ବିଟ୍‌ନୀ ବଦଳରେ ସିଏଫ୍‌ଏମ୍‌ ଠାରୁ ନୂଆ ବିମାନ ଇଞ୍ଜିନ କିଣିବା ପାଇଁ ଗଙ୍ଗଓ୍ବାଲ କାହିଁକି ନିର୍ଦ୍ଦେଶ ଦେଲେ ବୋଲି ବୋର୍ଡ ଜାଣିବାକୁ ଚାହୁଁଛି। ସେ ଏହି ନିର୍ଦ୍ଦେଶ ଦେବା ପୂର୍ବରୁ ବୋର୍ଡ ଠାରୁ ଅନୁମତି ନେଇ ନ ଥିଲେ। ଏଥିପୂର୍ବରୁ ଇଣ୍ଡିଗୋର ସମସ୍ତ ଇଞ୍ଜିନ ପ୍ରାଟ୍‌ ଆଣ୍ଡ ହ୍ବିଟନୀରୁ କିଣାଯାଉଥିଲା। ତେବେ ଗଙ୍ଗଓ୍ବାଲଙ୍କ ନିର୍ଦ୍ଦେଶରେ ୨୦ ବିଲିୟନ ଡଲାର ମୂଲ୍ୟର ଇଞ୍ଜିନ ଏବେ ସିଏଫ୍‌ଏନ୍‌ରୁ କିଣାଯିବ। ଜଣେ ଏକ୍‌ଜିକ୍ୟୁଟିଭ ମିଡିଆକୁ କହିଛନ୍ତି ଯେ, ସମ୍ବନ୍ଧିତ ପକ୍ଷ ହସ୍ତାନ୍ତରଣ(ଆର୍‌ପିଟି) ଏବଂ କର୍ପୋରେଟ ନିୟନ୍ତ୍ରଣ ସହ ଜଡ଼ିତ ପ୍ରସଙ୍ଗକୁ ଉଠାଯାଇ ଗଙ୍ଗଓ୍ବାଲଙ୍କଠାରୁ ଉତ୍ତର ଲୋଡାଯିବ। ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ଶୀର୍ଷ ଅଧିକାରୀମାନଙ୍କ ନିକଟକୁ ପଠାଯାଇସାରିଛି। ଇଣ୍ଡିଗୋରେ ଗଙ୍ଗଓ୍ବାଲ ଓ ତାଙ୍କ ପରିବାରର ୩୭% ଏବଂ ଭାଟିୟା ଓ ତାଙ୍କ ପରିବାରର ୩୮% ଅଂଶଧନ ରହିଛି। ପ୍ରାୟ ୨୫% ଶେୟାର ଷ୍ଟକ୍‌ ବଜାର ମାଧ୍ୟମରେ ଅନ୍ୟମାନଙ୍କ ହାତରେ ରହିଛି। ଉଲ୍ଲେଖଥାଉ କି, ଭାଟିୟାଙ୍କ ନିକଟରେ ଅଖଣ୍ଡ କ୍ଷମତା ରହିଛି। ସେ ୬ ମଧ୍ୟରୁ ୩ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିପାରିବେ। ଏହାବ୍ୟତୀତ ସେ ଏମ୍‌ଡି, ସିଇଓ ଓ ପ୍ରେସିଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତ କରିପାରିବେ। ଏହି ଅଧିକାରର ଉପଯୋଗ ଠିକ୍‌ ଭାବେ ହେଉନାହିଁ ବୋଲି ଗଙ୍ଗଓ୍ବାଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri