Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇନ ଏଫ୍‌ସି

ଚେନ୍ନାଇ,୩୦।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ଚେନ୍ନାଇନ୍‌ ଏଫ୍‌ସି ବୁଧବାର ଏଟିକେକୁ ଭେଟିବ। ସ୍ଥାନୀୟ ମାରିନା ଏରିନାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଚେନ୍ନାଇନ୍‌ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି। କୋଲକାତା ତା’ର ଗତ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ପରିବେଶରେ ହାଇଦ୍ରାବାଦ ଏଫ୍‌ସିକୁ ୫-୦ରେ ହରାଇ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା। ତେଣୁ ଏହି ମ୍ୟାଚ୍‌ ଚେନ୍ନାଇନ୍‌ ପାଇଁ ଆଦୌ ସହଜ ହେବ ନାହିଁ।
ଚେନ୍ନାଇନ ଚଳିତ ସେସନର ପ୍ରଥମ ମ୍ୟାଚ୍‌ରେ ଏଫ୍‌ସି ଗୋଆଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା। ତେବେ ଏହାପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଚେନ୍ନାଇନ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ରବିବାର ଗୋଲ ଶୂନ୍ୟଭାବେ ଡ୍ର ରଖିଥିଲା। ଚେନ୍ନାଇନ୍‌ର ଡିଫେନ୍ସ ସେତେଟା ସ୍ଥିର ପ୍ରଦର୍ଶନ କରୁ ନ ଥିବାରୁ କୋଚ୍‌ ଜନ୍‌ ଗ୍ରେଗୋରୀ ଚିନ୍ତିତ ରହିଛନ୍ତି। ଚେନ୍ନାଇନ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି। ଚେନ୍ନାଇନ ଅଧିନାୟକ ଲୁସିଆନ ଗୋଇଆନ୍‌ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି। ମୁମ୍ବାଇ ବିପକ୍ଷରେ ଆମେ ଅଧିକ ଗୋଲ ଦେଇପାରିଥାନ୍ତୁ ଚେନ୍ନାଇନ୍‌ର ଫରଓ୍ବାର୍ଡ ଲିଥୁଆନିଆର ନେରିଜୁସ୍‌ ଭାଲସ୍କିସ୍‌ କହିଛନ୍ତି। ଚେନ୍ନାଇନ୍‌ ତା’ର ପ୍ରଦର୍ଶନରେ ଉନ୍ନତି ଆଣିଛି ବୋଲି ଏଟିକେ କୋଚ୍‌ ଆଣ୍ଟୋନିଓ ଲୋପେଜ ହାବାସ କହିଛନ୍ତି। ତେଣୁ ଚେନ୍ନାଇନକୁ ଆଦୌ ହାଲ୍‌କା ଭାବେ ନେଇ ହେବ ନାହିଁ ବୋଲି ସେ କହିଛନ୍ତି। ଚେନ୍ନାଇନ୍‌ ଏହି ମ୍ୟାଚ୍‌ରେ ବିପଜ୍ଜନକ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଚେନ୍ନାଇନ ଏକ ଦୃଢ଼ ପ୍ରତିପକ୍ଷ ଦଳ ବୋଲି ସେ କହିଛନ୍ତି। ଏଟିକେ ଇତିମଧ୍ୟରେ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ପରାଜୟ ଓ ଗୋଟଏ ଡ୍ର ସହ ୧ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ହାଇଦ୍ରାବାଦ ବିପକ୍ଷରେ ଏଟିକେ ଯେଉଁଭଳି ଖେଳିଲା ସେ ନେଇ ହାବାସ ଖୁସି ଜାହିର କରିଛନ୍ତି। ଏହି ମୁମେଣ୍ଟମ ଓ ଇଣ୍ଟେନ୍‌ସିଟି ବଜାୟ ରଖିବାକୁ ଏଟିକେ ପ୍ରୟାସ କରିବ ବୋଲି ଆଶା କରାଯାଉଛି। ଘରୋଇ ପରିବେଶରୁ ଚେନ୍ନାଇନ ନିଶ୍ଚୟ ଫାଇଦା ଉଠାଇବ। ଚେନ୍ନାଇନ ଓ ଏଟିକେ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ବେଶ୍‌ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri