Categories: ବାଣିଜ୍ୟ

ଇଣ୍ଡିଆନ ଅଏଲର ସ୍ବଚ୍ଛତା ପକ୍ଷ

ଭୁବନେଶ୍ୱର,୧୫-୭: ସ୍ବଚ୍ଛତା ପକ୍ଷ ଉପଲକ୍ଷେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ ପକ୍ଷରୁ ପୁରୀ ବଡଦାଣ୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ କମ୍ପାନୀ ପକ୍ଷରୁ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡକୁ ସ୍ବଚ୍ଛ ରଖିବାକୁ ପ୍ରୟାସ କରାଯାଇଥିଲା। କମ୍ପାନୀର ମାନବ ସମ୍ବଳ ଏବଂ ସିଏସ୍‌ଆର୍‌ ମହାପ୍ରବନ୍ଧକ ଦେବୀ ପ୍ରସାଦ ଶତପଥୀଙ୍କ ସମେତ ତୈଳ ଉଦ୍ୟୋଗର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀମାନେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କମ୍ପାନୀର ଏହି ପ୍ରୟାସକୁ ବିଧାୟକ ପ୍ରଶଂସା କରିଥିଲେ। ତେଳ ଉଦ୍ୟୋଗର ଡିଲର, ବିତରକଙ୍କ ସମେତ ୨୦୦ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ମହାପ୍ରବନ୍ଧକ ଶତପଥୀ ପରିବେଶ ସ୍ବଚ୍ଛତାର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ।

Share