Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଅଭିଯାନ

ଭୁବନେଶ୍ୱର, ୨୮।୧୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଏଫ୍‌ସି ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ତାରକା ଷ୍ଟ୍ରାଇକର ଆରିଡେନ ଜେସସ୍‌ କାବେରା ସାନ୍ତାନାଙ୍କ ଡବଲ୍‌ ଗୋଲ ସହାୟତାରେ ଭ୍ରମଣକାରୀ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ଲିଗ୍‌ରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୧୨ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଜାମସେଦପୁର ସମାନ ସଂଖ୍ୟକ ମ୍ୟାଚ ଖେଳି ୩ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୧୩ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଗତ ୫ଟି ମ୍ୟାଚ୍‌ ଖେଳି ଜାମସେଦପୁର ଗୋଟିଏ ହେଲେ ବି ବିଜୟ ହାସଲ କରିପାରି ନ ଥିଲା। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ଚେନ୍ନାଇନ୍‌ ଏଫ୍‌ସି କୁ ଭେଟିବ। ସେହିପରି ଜାମସେଦପୁର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବ।
ମ୍ୟାଚ୍‌ରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଘରୋଇ ଦର୍ଶକଙ୍କୁ ନିରାଶ କରି ନ ଥିଲା। ଦଳ ତରଫରୁ ସାନ୍ତାନା ୨୮ ଓ ୪୫ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଅନ୍ୟପଟେ ୩୮ତମ ମିନିଟ୍‌ରେ ଜାମସେଦପୁର ତରଫରୁ ଡିଫେନ୍ସିଭ ମିଡଫିଲ୍ଡର ଏଇଟୋର ମୋନୋରଏ ପେନାଲ୍ଟି କିକ୍‌ ଜରିଆରେ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚ୍‌ ୧-୧ ସମାନ ସ୍ଥିତିରେ ପହଞ୍ଚିଥିଲା। ତେବେ ଶେଷରେ ସାନ୍ତାନା ଆଉ ଏକ ଗୋଲ ଦେଇ ଓଡ଼ିଶାକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଚମତ୍କାର ପ୍ରଦର୍ଶନ ବଳରେ ସାନ୍ତାନା ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ସୁଯୋଗ ପାଇଥିଲେ ମଧ୍ୟ ଉଭୟ ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଶେଷରେ ଓଡ଼ିଶା ବିଜୟୀ ହୋଇଥିଲା। ଏହି ବିଜୟ ଓଡ଼ିଶା ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି।
ମ୍ୟାଚ୍‌ରେ ଏକାଧିକ ନାଟକୀୟ ମୋଡ଼ ଦେଖିବାକୁ ମିଳିଥିଲା। ଦୁଇ ଦଳର ଖେଳାଳି ବହୁବାର ମୁହଁାମୁହିଁ ହୋଇଥିଲେ। ବହୁବାର ପରସ୍ପରକୁ ଧକ୍କା ଦେଇଥିଲେ ଓ ଏଥିପାଇଁ ମ୍ୟାଚ୍‌ରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ପ୍ରଥମାର୍ଦ୍ଧରେ ଅଧିକ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ବେଶ୍‌ କେତେଗୁଡିଏ ସୁଯୋଗ ସୃଷ୍ଟି କରିଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ରୋମାଞ୍ଚ କମ୍‌ ଥିଲା। କାରଣ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ହେଲେ ବି ଗୋଲ ସ୍କୋର ହୋଇ ନ ଥିଲା। ଜାମସେଦପୁର କିନ୍ତୁ ଓଡ଼ିଶା ଅପେକ୍ଷା ବଲ୍‌କୁ ଅଧିକ ନିଜ ପାଖରେ ରଖିଥିଲା। ପାସ ଆକୁରେସିରେ ମଧ୍ୟ ଜାମସେଦପୁର ଓଡ଼ିଶାକୁ ପଛରେ ପକାଇଥିଲା। ଓଡ଼ିଶା ଖେଳାଳିମାନେ ୨୨ଟି ଓ ଜାମସେଦପୁର ୧୩ଟି ଫାଉଲ ମାରିଥିଲେ। ଓଡ଼ିଶା ଖେଳାଳିମାନେ ୫ଟି ଓ ଜାମସେଦପୁର ଖେଳାଳିମାନେ ଗୋଟିଏ ହଳଦିଆ କାର୍ଡ ପାଇଥିଲେ। ଜାମସେଦପୁରକୁ ୫ଟି କର୍ନର ମିଳିଥିବା ବେଳେ ଓଡ଼ିଶାକୁ କୌଣସି କର୍ନର ମିଳି ନ ଥିଲା। ଭ୍ରମଣକାରୀ ଦଳ କ୍ୱାଲିଟି ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା। ଘରୋଇ ଦର୍ଶକଙ୍କ ସମର୍ଥନ ଓଡ଼ିଶା ଖେଳାଳିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀ ଘରୋଇ ଦଳ ତରଫରୁ ପଡିଆକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri