ଇଟାଲୀରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି

ରୋମ,୧୧।୪: ଇଟାଲୀରେ କରୋନା ଭାଇରସ୍‌ ବେଲଗାମ୍‌ ହୋଇପଡ଼ିଛି। ଦିନକୁ ଦିନ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇଟାଲୀରେ ଏପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୧୮,୮୪୯ ଟିପିଛି। ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଫଳରେ ଏହାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ୟୁସେପେ କୋନ୍ତେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଗତ କିଛି ଦିନରୁ ବ୍ୟବସାୟୀମାନେ ଦେଶରୁ ଲକ୍‌ଡାଉନ୍‌ ହଟାଇବା ପାଇଁ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲେ। ଯଦି ଏହି ବନ୍ଦ ଜାରି ରହେ ତେବେ କମ୍ପାନୀଗୁଡ଼ିକ ଦରମା ଦେବାକୁ ଅସମର୍ଥ ରହିବେ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ। କିନ୍ତୁ ଗ୍ୟୁସେପେ ତାଙ୍କ ସମ୍ମୁଖରେ ମୁଣ୍ଡ ନ ନୁଆଁଇ ଦେଶର ହିତ ସକାଶେ ଏହି ଲକ୍‌ଡାଉନ୍‌ର ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି।

Share