ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୪୯ମୃତ

ରୋମ,୭।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇଟାଲିରେ ଶୁକବ୍ରାର ୪୯ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ଜନିତ ମୃତ୍ୟୁସଂଖ୍ୟା ୧୯୭କୁ ପହଞ୍ଚିଛି। ଏହି ଭୁତାଣୁରେ ସଂକ୍ରମିତ ହୋଇ ସର୍ବାଧିକ ମୃତ୍ୟୁ ଚାଇନାରେ ହୋଇଥିବା ବେଳେ ଦ୍ୱିତୀୟରେ ଇଟାଲୀ ରହିଛି। ଇଟାଲୀରେ ଏପର୍ଯ୍ୟନ୍ତ ପ୍ରାୟ ୪,୬୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଚାଇନା, ଦକ୍ଷିଣ କୋରିଆ ଓ ଇରାନ ପରେ ସର୍ବାଧିକ ରହିଥିବା ଜଣାପଡ଼ିଛି। ସେହିପରି ଶନିବାର ଚାଇନାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ୨୮ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ କରୋନାରେ ମୃତ ସଂଖ୍ୟା ୩,୦୭୦କୁ ଟପିଛି। ଅପରପକ୍ଷେ ହୁବାଇ ଅଞ୍ଚଳରେ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି।

Share