ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି। ରୋମରେ ଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଶନିବାର ଉଡାଣ ଆରମ୍ଭ କରିଛି। ଏହା ରବିବାର ସକାଳ ସୁଦ୍ଧା ରୋମରେ ଥିବା ଭାରତୀୟଙ୍କୁ ଆଣି ପହଞ୍ଚିବ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀଛାତ୍ର ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ ପ୍ରଥମେ ଆରମ୍ଭ ହୋଇଥିଲା କରୋନା ଭାଇରସ। ଆଉ ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ଏମାନଙ୍କ ସହ ଅନ୍ୟ ଦେଶର କେତେଜଣ ନାଗରିକ ମଧ୍ୟ ଭାରତ ଆସିଥିଲେ। ସୂଚନାଯୋଗ୍ୟ, କରୋନା ଭାଇରସ  ମହାମାରୀର ରୂପ ନେଇଥିବା ବେଳେ ଏବେ ସାରା ବିଶ୍ୱରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି।

Share