Categories: ଫୁରସତ

ଇଏ କ’ଣ ବିଲେଇ!

ବିଲେଇ ଅନେକଙ୍କୁ ପସନ୍ଦ। ଏହି ସୁନ୍ଦର ବିଲେଇଙ୍କ ଫଟୋ ସବୁକୁ ଦେଖି ବି ଆପଣଙ୍କୁ ଭାରି ଖୁସି ଲାଗୁଥିବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସତ ବିଲେଇ ନୁହେଁ। ବରଂ ସତସତିକା ବିଲେଇ ପରି ଲାଗୁଥିଲେ ହେଁ ଏହା ହେଉଛି ବ୍ୟାଗ୍‌। ଜାପାନର ପିକୋ ନାମ୍ନୀ ଜଣେ ଗୃହିଣୀ ଏହାକୁ ତିଆରି କରିଛନ୍ତି। ସେ ଦୁଇ ସନ୍ତାନର ଜନନୀ । ଘର କାମ, ପିଲାଙ୍କୁ ଦେଖାରଖା ବାଦ୍‌ ଯାହା ସମୟ ମିଳେ ସେ ଏହି ବ୍ୟାଗ୍‌ ତିଆରି କରନ୍ତି। ତାଙ୍କର ପ୍ରତ୍ୟେକ ବ୍ୟାଗ୍‌ ସତସତିକା ବିଲେଇ ପରି ଲାଗିଥାଏ। ସେ ବିଭିନ୍ନ ଭେରାଇଟିର ବ୍ୟାଗ୍‌ ତିଆରି କରନ୍ତି। ଆଉ କେବଳ ଅନ୍‌ଲାଇନରେ ଓ କେବଳ ଜାପାନରେ ହିଁ ସେ ଏହି ବ୍ୟାଗ୍‌ ବିକ୍ରି କରିଥାଆନ୍ତି।

Share