Posted inଖେଳ

‘ଇଂଲଣ୍ଡ ଗସ୍ତ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବାଧ୍ୟ କରାଯିବନି’

ଲଣ୍ଡନ,୧୪।୫(ଏଏଫ୍‌ପି): ଇଂଲଣ୍ଡ ଗସ୍ତ କରିବାକୁ ଯଦି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ କୁଣ୍ଠିତ ହୁଅନ୍ତି, ତା’ହେଲେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ ଗ୍ରେଭ୍‌ କହିଛନ୍ତି। ଏକ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହାକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି।
ଏକାଧିକ ଖେଳାଳିଙ୍କ ସହ ଏ ନେଇ ଆଲୋଚନା ହୋଇଛି। ତେବେ ସେମାନଙ୍କ ମଧ୍ୟରୁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ଗ୍ରେଭ୍‌ ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ କୋଭିଡ୍‌-୧୯ ମହାମାରୀ କାରଣରୁ ୩୦,୦୦୦ ମୃତ୍ୟୁବରଣ କରିଛନ୍ତି। ଏହା ଆମ ପାଇଁ ଏକ ବଡ଼ ସଂଖ୍ୟା। କାରଣ ଆମ ଦେଶର ଲୋକ ସଂଖ୍ୟା ବହୁତ କମ୍‌ ବୋଲି ଗ୍ରେଭ କହିଛନ୍ତି। ମ୍ୟାଚ୍‌ଗୁଡିକ ରୁଦ୍ଧଦ୍ୱାରରେ ବା ଫାଙ୍କା ଷ୍ଟାଡିୟମରେ ଆୟୋଜନ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଯୋଜନା କରୁଛି। ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ସହ ଜୈବ ସୁରକ୍ଷିତ ଭେନ୍ୟୁରେ ରଖିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇସିବି ପ୍ରୟାସ କରିବ ବୋଲି କୁହାଯାଇଛି। ତେବେ ସିରିଜ ଆୟୋଜନ ନେଇ ଗ୍ରେଭ୍‌ ଆଶାବାଦୀ ଥିବା କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବିଭିନ୍ନ ଦ୍ୱୀପରେ ରହୁଛନ୍ତି। ତେଣୁ ଭିନ୍ନ ନିୟମ ସହ ସେମାନଙ୍କୁ ଗୋଟିଏ ପ୍ଲେନ୍‌ରେ ବସାଇ ଆଣିବା ଏକ ବଡ଼ ଚ୍ୟାଲେଞ୍ଜ୍‌। ତେବେ ଏହା ଅସମ୍ଭବ ନୁହେଁ ବୋଲି ଗ୍ରେଭ୍‌ କହିଛନ୍ତି। ଅବଶ୍ୟ ଖେଳାଳିମାନେ ଦ୍ୱନ୍ଦ୍ୱରେ ଥିବା ଗ୍ରେଭ୍‌ ସ୍ବୀକାର କରିଛନ୍ତି। ପ୍ରଥମ ମ୍ୟାଚ୍‌ ପୂର୍ବରୁ ୪ ସପ୍ତାହର ପ୍ରସ୍ତୁତ ଆବଶ୍ୟକ ଓ ପଛକୁ ପଛ ୩ଟି ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ଉପରେ ଗୁରୁତ୍ୱ ଦେବାକୁ ଆମେ ଇସିବିକୁ କହିଛୁ। ଗ୍ରାଉଣ୍ଡରେ ଟ୍ରେନିଂ ପାଇଁ ସାତ ସପ୍ତାହ ସମୟର ଆବଶ୍ୟକାତା ରହିଛି। ପୁଣି ଗ୍ରାଉଣ୍ଡରେ ରହିବା ସହ ହୋଟେଲରେ ଅଲଗା ରହିବା ଦରକାର ବୋଲି ଗ୍ରେଭ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri