Posted inଖେଳ

ଇଂଲଣ୍ଡ କବ୍‌ଜାରୁ ଟାଇଟଲ ଛଡ଼ାଇଲେ ଶରଥ

କଟକ ଅଫିସ,୨୦ା୭- ପୁରୁଷ ବିଭାଗରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା। ପ୍ରାରମ୍ଭରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଅନ୍ତିମ ସେଟରେ ପୁରୁଷ ଦଳର ଅଧିନାୟକ ତଥା ଭେଟେରାନ ଖେଳାଳି ଅଚନ୍ତ ଶରଥ କମଲ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ସ୍ବର୍ଣ୍ଣିମ ଭେଟି ଦେଇଥିଲେ । ପ୍ରଥମ ସେଟରେ ଶରଥ କମଲ ଇଂଲଣ୍ଡର ଜାର୍ଭିସ ଥୋମାସଙ୍କୁ ଭେଟିଥିଲେ । ଜାର୍ଭିସ ୧୧-୭, ୧୧-୮ ଓ ୧୧-୪ ଗେମରେ ଜିତି ପ୍ରଥମ ସେଟ ପଏଣ୍ଟ ଇଂଲଣ୍ଡକୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସେଟ ମଧ୍ୟ ଇଂଲଣ୍ଡ ଅକ୍ତିଆରକୁ ଯାଇଥିଲା । ଏଥିରେ ସାମୁଏଲ ୱାକର ୫-୧୧, ୯-୧୧ ପ୍ରଥମ ଦୁଇ ଗେମରେ ଜି ସାଥିୟାନଙ୍କ ଠାରୁ ହାରିଥିଲେ ସୁଦ୍ଧା ବଳକା ୩ଟି ଗେମକୁ ୧୧-୪, ୧୧-୮ ଓ ୧୧-୮ ମେଗରେ ଜିତିଥିଲେ । ହରମିତ ଦେଶାଇ ୩ୟ ସେଟକୁ ଜିତି ଭାରତୀୟ ଶିବିରରେ ଆଶା ସଞ୍ଚାର କରିଥିଲେ । ହରମିତ ୪-୧୧, ୧୧-୫, ୮-୧୧, ୧୧-୮,୧୧-୮ ଗେମରେ ଡେଭିଡ ମ୍ୟାକବେଥଙ୍କୁ ହରାଇ ମ୍ୟାଚ୍‌ ସ୍ଥିତିକୁ ୨-୧ ସେଟରେ ପହଞ୍ଚାଇଥିଲେ। ୪ର୍ଥ ସେଟରେ ଜି ସାଥିୟାଁ ୧୧-୨, ୬-୧୧, ୧୧-୪, ୧୧-୪ ଗେମରେ ଜାର୍ଭିସ ଥୋମାସଙ୍କୁ ପରାସ୍ତ କରିଥିଲେ । ସେଟର ସ୍ଥିତି ୨-୨ରେ ପହଞ୍ଚିଥିଲା । ୫ମ ତଥା ନିର୍ଣ୍ଣାୟକ ସେଟରେ ଶରଥ କମଲଙ୍କର ମୁକାବିଲା ହୋଇଥିଲା ଇଂଲଣ୍ଡର ପ୍ରମୁଖ ଖେଳାଳି ସାମୁଏଲ ୱାକରଙ୍କ ସହ । ପ୍ରଥମ ମେଗରୁ ହିଁ ଏହି ସେଟ ରୋମାଞ୍ଚକର ହୋଇଥିଲା । ୱାକର ଅଗ୍ରଣୀ ନେଉଥିବା ବେଳେ ଶରଥ ଏହି ଗେମରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଥମ ଗେମ ୧୫-୧୩ରେ ଶରଥ ବିଜୟୀ ହୋଇଥିଲେ । ପରବର୍ତ୍ତୀ ୨ଟି ଯାକ ଗେମ ୧୨-୧୦ ଓ ୧୧-୬ରେ ବିଜୟୀ ହୋଇ ଭାରତ ପାଇଁ ଦଳଗତ ଟାଇଟଲ ନିଶ୍ଚିତ କରିଥିଲେ ଶରଥ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri