ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଆୟୁଷ୍ମାନଙ୍କ ଛାତି କୁଣ୍ଡେମୋଟ ହୋଇଯାଇଥିବା ପ୍ରଶଂସକ କହୁଛନ୍ତି। ଏହି ଫିଲ୍ମ ୨୮ ତାରିଖରେ ରିଲିଜ୍‌ ହେଉଛି। ଫିଲ୍ମର ଷ୍ଟୋରୀ ଗେ ରୋମାନ୍ସ୍‌ ଉପରେ ପର୍ଯ୍ୟବେସିତ। ଏଥିରେ ଆୟୁଷ୍ମାନଙ୍କ ସହିତ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା ଏବଂ ଗଜରାଜ ରାଓ ମୁଖ୍ୟ ଭୂମିକାରେ ରହିଛନ୍ତି।

Share