Categories: ବାଣିଜ୍ୟ

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ  ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ କଭରେଜ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏହା ବର୍ଣ୍ଣନା କରିଛି। ତେବେ ଉପଯୁକ୍ତ ଭାବେ ଏହି ଯୋଜନା କାମ କରିବା ଉଚିତ ଏବଂ ଭାରତୀୟଙ୍କୁ ଭଲ ଗୁଣବତ୍ତାର ଚିକିତ୍ସା ମିଳିବା ନେଇ ଦୃଢ଼ ପଦକ୍ଷେପ ନେବାକୁ  ହେବ ବୋଲି ଏହା ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌-ଜୟ) ଯାହାକୁ ମୋଦି କେୟାର କୁହାଯାଉଥିବା ବେଳେ ଏହାର ପ୍ରଥମ ବର୍ଷ ବିଶ୍ଲେଷଣରୁ ପ୍ରୟାସ ସକାରାମତ୍କ ରହିଥିବା ସିଜିଡି କହିଛି।

Share