Categories: ବାଣିଜ୍ୟ

ଆୟକର ରିଫଣ୍ଡ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୪। ୫: ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଲୋକଙ୍କୁ ରିଫଣ୍ଡ ଜାରି କରାଯାଉଛି। ଏଭଳି ସମୟରେ ସାଇବର ଠକେଇ ମାମଲା ବଢିଥିବା ନଜରକୁ ଆସିଛି। ସାଇବର ଅପରାଧ ଘଟାଉଥିବା ବ୍ୟକ୍ତି ବିଶେଷ ରିଫଣ୍ଡ ପ୍ରଦାନ ଆଳରେ ଲୋକଙ୍କୁ ମେଲ୍‌ ପଠାଉଥିବା ଦେଖାଯାଉଛି। ଏହାକୁ ଫିସିଙ୍ଗ ମେଲ୍‌ କୁହାଯାଉଛି। ଏ ନେଇ ସତର୍କ ରହିବାକୁ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି। ଏହି ମେଲ୍‌ ଉପରେ କ୍ଲିକ୍‌ ନ କରିବାକୁ କୁହାଯାଇଛି। ଏକ ଟୁଇଟ ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ରିଫଣ୍ଡ ପ୍ରଦାନ କରିବା ଲାଗି କହି ଲୋକଙ୍କୁ ଅନଲାଇନରେ ଅପରାଧୀମାନେ ଠକୁଥିବା ମାମଲା ସାମ୍ନାକୁ ଆସୁଥିବାରୁ ଏଥି ଲାଗି ସାବଧାନତା ରଖିବାକୁ ବିଭାଗ ନିବେଦନ କରିଛି। ସୂଚନା ମୁତାବକ, ଏପ୍ରିଲ ୮ରୁ ୨୦ ମଧ୍ୟରେ ଆୟକର ବିଭାଗ ବିଭିନ୍ନ ବର୍ଗରେ ଲୋକଙ୍କୁ ୧୪ ଲକ୍ଷ ରିଫଣ୍ଡ ବାବଦକୁ ୯ ହଜାର କୋଟି ଟଙ୍କା ପ୍ରଦାନ କରିଛି। କରୋନା ଯୋଗୁ ପ୍ରଭାବିତ ବ୍ୟକ୍ତି ବିଶେଷଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ବିଭାଗ ରିଫଣ୍ଡକୁ ତ୍ୱରାନ୍ବିତ କରିଥିବା ଜଣାପଡିଛି।

Share