ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା। ଏଥିରେ ଆହତ ହୋଇ ସେ ଲହୁ ଲୁହାଣ ହୋଇଥିଲେ। ହେଲେ ତାକୁ ଖାତିର ନ କରି ସେ ଶୁଟିଂ ସେଟ୍‌ରେ ପହଞ୍ଚି ଶଟ୍‌ ଦେଇଥିଲେ। ଗୋବିନ୍ଦାଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ଇଲଜାମ୍‌’ ଚଳଚ୍ଚିତ୍ରରୁ। ଏ ପର୍ଯ୍ୟନ୍ତ ସେ ପ୍ରାୟ ୧୬୫ଟି ସିନେମାର ଅଭିନୟ କରି ନିଜ ଅଭିନୟ ଦକ୍ଷତାର ପରିଚୟ ଦେଇସାରିଛନ୍ତି। ତାଙ୍କର ଆକ୍ଟିଂ ହେଉ କି ବ୍ୟକ୍ତିଗତ ଜୀବନରେ ଅନେକ ରୋମାଞ୍ଚକର ଘଟଣା ଘଟିଛି। ତାଙ୍କର ସବୁଠାରୁ ପ୍ରିୟ ଅଭିନେତା ଥିଲେ ଧର୍ମେନ୍ଦ୍ର। ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ‘ଡିସ୍କୋ ଡ୍ୟାନ୍ସର’ ଫିଲ୍ମକୁ ସେ ଅନେକ ଥର ଦେଖିଛନ୍ତି। କେବଳ ସେତିକି ନୁହେଁ, ଏଥିରୁ ଡ୍ୟାନ୍ସ ଶିଖି ସେ ନିଜକୁ ଜଣେ ନାମୀ ଡ୍ୟାନ୍ସର ଭାବରେ ପରିଚିତ କରାଇଥିଲେ। ହେଲେ ତାଙ୍କର ଗୋଟିଏ ବଦଗୁଣ ଥିଲା। ଶୁଟିଂ ସେଟ୍‌କୁ ବିଳମ୍ବରେ ଆସିବା ତାଙ୍କର ଏକ ଅଭ୍ୟାସ। ଥରେ ‘ମନି ହୈ ତୋ ହନି ହୈ’ ଫିଲ୍ମର ଶୁଟିଂ ସେଟ୍‌ରେ ଜଣେ ଦର୍ଶକଙ୍କୁ ଚଟକଣା ମାରି ସେ ଚର୍ଚ୍ଚିତ ହୋଇଥିଲେ। କାଦର ଖଁ।ଙ୍କ ସହ ୪୧ଟି ଏବଂ ଶକ୍ତି କପୁରଙ୍କ ସହ ୪୨ଟି ସିନେମାରେ ଗୋବିନ୍ଦା ଅଭିନୟ କରଛନ୍ତି। ସେ କେବଳ ଜଣେ ଅଭିନେତା ନୁହନ୍ତି ବରଂ ଜଣେ କ୍ଲାସିକ ଡ୍ୟାନ୍ସର ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ଦେଇଛି। ୧୯୯୯ରେ ବିବିସି ନ୍ୟୁଜ୍‌ ଦ୍ୱାରା ହୋଇଥିବା ଅନ ଲାଇନ୍‌ ପୋଲ୍‌ରେ ସେ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ୧୦ ମ ସ୍ଥାନରେ ସ୍ଥାନ ପାଇଥିଲେ। ଗୀତ ଗାଇବା ତାଙ୍କର ଆଉ ଏକ ହବି। ‘ସୋଲା ଔର ସବନମ୍‌’, ହସିନା ମାନ୍‌ ଜାୟେଗୀ’, ଏବଂ ‘ଆଖେଁ’ ଫିଲ୍ମ ପାଇଁ ସେ କଣ୍ଠଦାନ କରିଛନ୍ତି। ନୀଲମ ଏବଂ ରାଣୀ ମୁଖାର୍ଜୀଙ୍କ ସହ ତାଙ୍କର ଆଫେୟାର୍ସ ପାଇଁ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଅନିଲ ଶର୍ମାଙ୍କ ସୁପରହିଟ୍‌ ଫିଲ୍ମ ‘ଗଦ୍ଦର’ ପାଇଁ ପ୍ରଥମେ ଗୋବିନ୍ଦାଙ୍କୁ ଅଫର ଦିଆଯାଇଥିଲା। ହେଲେ ସେ ମନା କରିବାରୁ ସନ୍ନି ଦେଓଲଙ୍କୁ ସାଇନ୍‌ କରାଯାଇଥିଲା। ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ସହ ତାଙ୍କର ଯୋଡି ବେଶ୍‌ ଜମିଥିଲା। ଏହାର ଉଦାହରଣ ଭାବରେ ‘କୁଲି ନମ୍ବର ଓ୍ବାନ୍‌’, ‘ହିରୋ ନମ୍ବର ଓ୍ବାନ୍‌’, ‘ସାଜନ ଚଲେ ଶଶୁରାଲ୍‌’କୁ ଉଦାହରଣ ଭାବରେ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri