ଆହତ ହାତୀକୁ ଖୋଜିବ ଡ୍ରୋନ୍

ଢେଙ୍କାନାଳ ଅଫିସ, ୧।୨ – ଢେଙ୍କାନାଳ ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକ ୫୫ନଂ. ଜାତୀୟ ରାଜପଥର ପୋଡ଼ାପଡ଼ା ଛକରେ ଗୁରୁବାର ଭୋର ସମୟରେ ଦ୍ରୁତ ଗତିରେ ଆସୁଥିବା ୧୨ଚକିଆ ଟ୍ରକ୍‌ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଗୁରୁତର ହୋଇ ମଠରଗଡ଼ି ସଂରକ୍ଷିତ ଜଙ୍ଗଲକୁ ପଳାଇଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାତୀଟି ପତ୍ତା ମିଳିନାହିଁ। ହାତୀକୁ ଠାବ କରିବାକୁ ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ଡ୍ରୋନ୍‌ ଅଣାଯାଇଛି। ଶନିବାର ଡ୍ରୋନ୍‌ ସହାୟତାରେ ହାତୀକୁ ଖୋଜିବାକୁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପିସିସିଏଫ୍‌ ଶଶି ପଲ୍‌। ଶୁକ୍ରବାର ଅତିରିକ୍ତ ପିସିସିଏଫ୍‌ ପଲ୍‌, ଅନୁଗୋଳସ୍ଥିତ ଆରସିସିଏଫ୍‌ ଡ. ପ୍ରଦୀପରାଜ କରାତ, ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହାତୀମୃତ୍ୟୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।
ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ବନ ବିଭାଗ। ଦିନକୁ ଦିନ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ଖୁବ୍‌ଶୀଘ୍ର ଆରମ୍ଭ ହେବ ପାଇଲେଟ ପ୍ରୋଜେକ୍ଟ। ଜିଲାର ୩୦ ଗ୍ରାମରେ ଗଜବନ୍ଧୁ ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ବନ ସଂରକ୍ଷଣ ସମିତି ମାଧ୍ୟମରେ ଲୋକମାନଙ୍କୁ ଚୟନ କରାଯିବ। ସମ୍ପୃକ୍ତ ଲୋକମାନେ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଗ୍ରାମବାସୀ ଏବଂ ବନ ବିଭାଗକୁ ଅବଗତ କରାଇବେ। ଓଡ଼ାପଡା ବ୍ଲକ ଅଞ୍ଚଳକୁ ରେଞ୍ଜ୍‌ ଭାବେ ପୁନର୍ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି। ହାତୀବଂଶ ସୁରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପିସିସିଏଫ୍‌ କହିଲେ, ଦୁର୍ଘଟଣା ଘଟିଥିବା ନିକଟବର୍ତ୍ତୀ ଅଞ୍ଚଳରେ ବହୁସଂଖ୍ୟାରେ ହାତୀ ଚଳପ୍ରଚଳ କରୁଛନ୍ତି। ସେଠାରେ ସୋଲାର ଲାଇଟ୍‌, ହାଇମାଷ୍ଟ ଲାଇଟ୍‌ ଲଗାଯିବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କେନାଲ, ରାଜପଥ, ରେଳଧାରଣା ପାଖାପାଖି ରହିବାରୁ ହାତୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି କେନାଲ ଖନନ ଯୋଗୁ ହାତୀଙ୍କ ନିତିଦିନିଆ ଚଲାପଥ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଉକ୍ତ ଅଞ୍ଚଳରେ ଅଣ୍ଡର ବାଇପାସ, ଓଭର ବାଇପାସ୍‌, ଟ୍ରେଞ୍ଚ୍‌ ଖନନ କରାଯିବ। ମଠଗରଡ଼ି ସଂରକ୍ଷିତ ଜଙ୍ଗଲରେ ୪ଟି ଅଣ୍ଡରପାସ୍‌ କରିବା ପାଇଁ ପ୍ରସ୍ତାବ ପଠାଯାଇଛି। ସେହିପରି ୫୫ନଂ. ଜାତୀୟ ରାଜପଥରେ ହାତୀ ପାର ହେଉଥିବା ସ୍ଥାନ ନିକଟବର୍ତ୍ତୀ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ସୂଚନା ଫଳକ ଲଗାଯିବ। ସେଥିରେ ଓଡ଼ିଆ, ଇଂଲିଶ ଏବଂ ହିନ୍ଦୀ ଭାଷାରେ ହାତୀ ଚଲାପଥ ସମ୍ପର୍କରେ ସୂଚନା ଉଲ୍ଲେଖ ରହିବ। ଉକ୍ତ ଅଞ୍ଚଳରେ ଯାନବାହନଗୁଡ଼ିକର ବେଗ କମ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ବିଭାଗକୁ ଅବଗତ କରାଯିବ। ହାତୀ ଏବଂ ଜନସାଧାରଣଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି।
ବର୍ଷା, ଅନ୍ଧାର ଏବଂ ଦ୍ରୁତଗତିରେ ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଘଟି ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ମୋଟଙ୍ଗା ଥାନାରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri