ଆହତ ସମ୍ବରକୁ ଚିକିତ୍ସା କରାଇଲା ବନ ବିଭାଗ

ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ ଉଦ୍ଧାର କରାଯାଇଛି । ଲୋକଙ୍କଠାରୁ ଖବର ପାଇ ରେଞ୍ଜର ଆଲୋକ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ କର୍ମଚାରୀମାନେ ସମ୍ବରକୁ ଉଦ୍ଧାର କରିଛନ୍ତି । ଧମା ରେଞ୍ଜ କାର୍ଯ୍ୟାଳୟକୁ ଏହି ସମ୍ବରଟିକୁ ଧରି କର୍ମଚାରୀ ପହଞ୍ଚିଥିଲେ। ଏହାପରେ ପାଣୀ ଧନ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହି ସମ୍ବରଟିର ମୁହଁକୁ କୁରାଢ଼ିରେ ହଣା ଯାଇଥିବା ଦେଖିବାକୁ ମିଳିଛି। ଏଣୁ ଶିକାରୀ କବଳରୁ ସମ୍ବରଟି ଖସି ଆସିଥିବା ଅନୁମାନ କରାଯାଉଛି।