Categories: ଜାତୀୟ

ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍‌ ପଠାଇଲେ ମାନେକା ଗାନ୍ଧୀ

ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍‌ ଯୋଗେ ମାନେକାଙ୍କ ସହାୟତା ମାଗିଥିଲେ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ମାନେକା ତୁରନ୍ତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ ଏକ କାର୍‌ ପଠାଇଥିଲେ। ଆହତ ମାଙ୍କଠକୁ କାର୍‌ ଯୋଗେ ସଞ୍ଜୟ ଗାନ୍ଧୀ ଆନିମଲ୍‌ କେୟାର୍‌ ସେଣ୍ଟର ଚିକିତ୍ସା ପାଇଁ ପଠାଇବାକୁ କହିଥିଲେ। କିଛି ସମୟ ପରେ ଉକ୍ତ ଖବରଦାତା ଜଣଙ୍କ ମାଙ୍କଡକୁ ଡାକ୍ତରଖାନା ପଠାଇ ଦିଆଯାଇଛି ବୋଲି ଟୁଇଟ୍‌ ଯୋଗେ କହିଥିଲେ।

Share