Categories: ଜାତୀୟ

ଆହତଙ୍କୁ ମୃତ ଭାବି ଡାକ୍ତରଖାନା ନେଲା ପୋଲିସ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭିଣ୍ଡ୍‌ ପୋଲିସର ଗୁରୁତର ଅବହେଳା ଶନିବାର ସାମ୍ନାକୁ ଆସିଛି। ଆହତ ବ୍ୟକ୍ତିଙ୍କୁ ମୃତ ଭାବି ପୋଲିସ ହସ୍ପିଟାଲକୁ ନେଇଥିବା ବେଳେ ତାଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଡାକ୍ତର। ସୂଚନାଯୋଗ୍ୟ, ଏକ ଅଜ୍ଞାତ ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ୨ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଅନ୍ୟ ଜଣେ ଆହତଙ୍କୁ ମୃତ ଭାବି ନିଜ ଗାଡିର ଡିକିରେ ପକାଇ ପୋଷ୍ଟମାର୍ଟମ ପାଇଁ ପୋଲିସ ନେଇଥିଲା। ହେଲେ ତାଙ୍କୁ ଡାକ୍ତରୀ ଦଳ ଯାଞ୍ଚ କରୁଥିବା ସମୟରେ ଯୁବକଙ୍କର ନିଶ୍ୱାସ ଚାଲୁଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଯୁବକଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଏବେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ଆହତ ୨ଜଣ ଯୁବକ ମୋର ସିଂହ ଯାଟବ ଓ ନରେଶ ସିଂହ ବୋଲି ପରିଚୟ ମିଳିଛି।

Share