Categories: ଜାତୀୟ

ଆସ୍ଥାଭୋଟ ବିରୋଧରେ ଯିବ ଏନ୍‌ସିପି

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭାରେ ଯଦି ଆସ୍ଥାଭୋଟ ନିଆଯାଏ ତେବେ ଭାଜପା ବିରୋଧରେ ଏନ୍‌ସିପି ଭୋଟ ଦେବ ବୋଲି ଏହାର ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି। ଯଦି ଶିବସେନା ଭାଜପା ବିରୋଧରେ ଭୋଟ ଦିଏ ତେବେ ଏନ୍‌ସିପି ବିକଳ୍ପ ଚିନ୍ତା କରିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟପାଳ ବହୁ ବିଳମ୍ବରେ ସରକାର ଗଠନ ଲାଗି ଏକକ ସଂଖ୍ୟାଗରିଷ୍ଠ ଦଳର ମତାମତ ଲୋଡ଼ିଲେ। ଏହା ବହୁ ପୂର୍ବରୁ କରିବାର ଥିଲା। ଭାଜପା ଯଦି ଗୃହରେ ସଂଖ୍ୟାଗରିଷ୍ଠତା ଦେଖାଇବ ବୋଲି କହେ ତେବେ ଘୋଡାବେପାର ଯେପରି ନ ହୁଏ, ତାହା ରାଜ୍ୟପାଳ ଦେଖିବାକୁ ହେବ ବୋଲି ମଲିକ କହିଛନ୍ତି।

Share