ଆସୁଛି ମୌସୁମୀ, ଆସିନି ବିହନ  

ବଅଁରପାଳ,୧୦ା୬(ଡି.ଏନ.ଏ.)- ମୌସୁମୀ ଆସୁଥିବା ବେଳେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ଏହାକୁ ଲକ୍ଷ୍ୟ କରି ଖରିଫ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତ ହେଲେଣି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର ଚାଷୀମାନେ ଅକ୍ଷୟ ତୃତୀୟା ଠାରୁ ଧାନ ବୁଣାବୁଣି କରିଥିଲେ ହେଁ ଅଣଧାନ ଚାଷ ଆରମ୍ଭ କରିପାରି ନାହାନ୍ତି। ବ୍ଲକ ଅଞ୍ଚଳର କୌଣସି କୃଷି ସମବାୟ ସମିତିକୁ ମଧ୍ୟ ଏଯାଏ ସରକାରଙ୍କ ପକ୍ଷରୁ ଅଣଧାନ ବିହନ ଯୋଗାଣ କରାଯାଇ ନାହିଁ। କେବେ ଏହି ବିହନ ଆସିବ ସେ ନେଇ ଚାଷୀମାନେ ଜାଣିପାରୁ ନ ଥିବା ପ୍ରକାଶ କରିଛନ୍ତି।
ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତ ଖରିଫ ଋତୁରେ ୨୪ ହଜାର ୮୧୧ ହେକ୍ଟର ଜମିରେ ଫସଲ କରାଯିବ। ସେଥିମଧ୍ୟରୁ ୧୦ ହଜାର ୮୨୫ ହେକ୍ଟରରେ ଧାନ ଓ ୧୩ ହଜାର ୯୮୬ ହେକ୍ଟରରେ ଅଣଧାନ ଚାଷ କରାଯିବାକୁ ସ୍ଥିର ହୋଇଛି। ତେବେ ଅଳ୍ପ କେତେକ ଜମିରେ ଧାନ ବୁଣାବୁଣି ଆରମ୍ଭ ହୋଇଥିବାବେଳେ ମାତ୍ରେ ଅଢେଇ ହେକ୍ଟର ଜମିରେ ବାଦାମ ଚାଷ ହୋଇଛି। କିନ୍ତୁ ଡାଲି ଜାତୀୟ କିମ୍ବା ତୈଳଜାତୀୟ ଚାଷ ଆରମ୍ଭ ହୋଇନାହିଁ। ସେହିପରି ବ୍ଲକ ଅଞ୍ଚଳର ୫୯୦ ହେକ୍ଟର ଜମିରେ ମକା, ୫୫୪୧ ହେକ୍ଟରରେ ଡାଲି ଜାତୀୟ, ୨୨୪୨ ହେକ୍ଟରରେ ତୈଳ ଜାତୀୟ, ୪୭୦୩ ହେକ୍ଟରରେ ପନିପରିବା ଓ ୯୧୦ ଜେକ୍ଟରରେ ମସଲା ଜାତୀୟ ଫସଲ କରାଯିବା ପାଇଁ ଲକ୍ଷ୍ୟ ରହିଛି। ମୋଟ୍‌ ୨୪ ହଜାର ୮୧୧ ହେକ୍ଟର ମଧ୍ୟରୁ କେବଳ ୮ ହଜାର ୨୮୯ ଜମିକୁ ଜଳସେଚନ ସୁବିଧା ରହିଛି। ବାକି ଜମି ବର୍ଷା ଜଳ ଉପରେ ନିର୍ଭରଶୀଳ। ସେହିପରି ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଛି। ବର୍ତ୍ତମାନ ସୁଦ୍ଧା ଏହି ସମିତିଗୁଡ଼ିକୁ ମାତ୍ର ୧୩୬୪ କୁଇଣ୍ଟାଲ ଧାନ ବିହନ ଆସିଥିବା ବେଳେ ଏପର୍ଯ୍ୟନ୍ତ ଅଣଧାନ ବିହନ ଯୋଗାଣ ହୋଇପାରି ନାହିଁ। ଏ ସମ୍ପର୍କରେ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କହିଛନ୍ତି, ଚଳିତବର୍ଷ ୨୪ ହଜାର ୮୧୧ ହେକ୍ଟର ଜମିରେ ଖରିଫ ଚାଷ କାର୍ଯ୍ୟ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଅଳ୍ପ କେଇ ହେକ୍ଟର ଜମିରେ କେବଳ ଧାନ ବୁଣାବୁଣି ହୋଇଥିବା ବେଳେ ଅଣଧାନ ଚାଷ ହୋଇପାରି ନାହିଁ। ମୌସୁମୀ ସକ୍ରିୟ ହେବା ପରେ ଚାଷ କାର୍ଯ୍ୟ ଜୋର ଧରିବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri