Posted inରାଜ୍ୟ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି କେହି ଚୋରାଇ ନ ଥିଲେ ବରଂ ନଷ୍ଟ ହୋଇ ଡୋଳା ଭିତରକୁ ପଶିଯାଇଥିବା କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ। ଗୁରୁବାର ହସ୍ତଗତ ହୋଇଥିବା ଉକ୍ତ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ତାହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।
ସିଡିଏମ୍‌ଓ ବେହେରା କହିଛନ୍ତି ଯେ, ମେଡିକାଲରୁ କୌଣସି ମୃତଦେହରୁ ଆଖି ଗାଏବ ହୋଇନାହିଁ। ବଅଁରପାଳ ନୂଆହତାର ୪ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତର ଦୁଇଟି ଆଖି ଅତ୍ୟଧିକ ସଂକ୍ରମଣ କାରଣରୁ ନଷ୍ଟ ହୋଇଯାଇଥିଲା। ସେପଟିସେମିଆ ସଂକ୍ର୍ରମଣ ଏତେ ଭୟଙ୍କର ଥିଲା ଯେ, ଶିଶୁ କନ୍ୟାର କିଡ୍‌ନୀ ସହ ବିଭିନ୍ନ ଆଭ୍ୟନ୍ତର ଅଙ୍ଗ ଓ ଆଖିରେ ପୂଯ ହୋଇଯାଇଥିଲା। ତେଣୁ ଆଖି ଦୁଇଟି ଭିତରକୁ ପଶିଯାଇଥିଲା। ସେହିପରି ଛେଣ୍ଡିପଦା ବ୍ଲକ କୁଶକିଳା ଅଞ୍ଚଳର ଯୁବକ ଜମ୍ବେଶ୍ୱର ନାଏକଙ୍କ ଗୋଟିଏ ଆଖି ଦୁର୍ଘଟଣା କାରଣରୁ ନଷ୍ଟ ହୋଇଥିଲା। ତାଙ୍କ ଡାହାଣ ପାର୍ଶ୍ୱ ଗାଲରେ ମାଡ଼ ହୋଇଥିବାବେଳେ ନାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଡାହାଣ ପାର୍ଶ୍ୱ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଡାହାଣ ଆଖି ଭିତରକୁ ପଶିଯାଇଥିଲା। ତେଣୁ ଆଖି ନ ଥିବା ଭଳି ଦେଖାଯାଉଥିଲା। ଦୁଇଟିଯାକ ଘଟଣାରେ ଆଖିର ଡୋଳା ଥିବା ସିଡିଏମ୍‌ଓ କହିଛନ୍ତି। ଏ ନେଇ ରିପୋର୍ଟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପୋଲିସ ନିକଟକୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଶବ ସଂରକ୍ଷଣ ଗୃହ ଚାବି ଆଉ ଫାର୍ମାସିଷ୍ଟଙ୍କ ପାଖରେ ରଖା ନ ଯାଇ କାଜୁଆଲଟି ଡ୍ୟୁଟି କରୁଥିବା ଡାକ୍ତରଙ୍କ ପାଖରେ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପରି କି ମରଶରୀର ଶବ ସଂରକ୍ଷଣ ଗୃହରେ ରଖାଯିବା ସମୟରେ କାର୍ଯ୍ୟରେ ଥିବା ଡାକ୍ତର ଉପସ୍ଥିତ ରହିବେ। ସେହିପରି ପଞ୍ଚନାମା ପାଇଁ ମୃତଦେହ ବାହାର କରାଯିବା ବେଳେ ପୋଲିସ ସହ ଡାକ୍ତର ସେଠାରେ ରହିବେ ବୋଲି ସ୍ଥିର କରାଯାଇଛି। ନୂତନ ଶବଗୃହ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ ତୁରନ୍ତ ଯୋଗାଇ ଦେବା ପାଇଁ ମେଡିସିନ୍‌ କର୍ପୋରେଶନ୍‌କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଖି ଗାଏବ ଘଟଣାର ତଦନ୍ତ ପୋଲିସ ଚଳାଇଛି। ଅନୁଗୋଳ ଥାନାର କେତେଜଣ ଅଧିକାରୀ ମେଡିକାଲ ପରିସରର ଏକ ମେଡିସିନ୍‌ ଷ୍ଟୋରରେ ଲାଗିଥିବା ୫ଟି ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri