Posted inରାଜ୍ୟ

ଆସିପାରେ ଆଉ ଏକ ବାତ୍ୟା: ୮ରେ ଲଘୁଚାପ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିବା ପରିସ୍ଥିତି ଉପୁଜିଲାଣି। କେନ୍ଦ୍ରୀୟ ବଙ୍ଗୋପସାଗର ମ୍ୟାନ୍‌ମାର ଉପକୂଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ଓ ଏହାର ଆଖପାଖରେ ବାୟୁର ଗତି ଶନିବାର ଆହୁରି ଧିମା ହୋଇଯାଇଛି। ଘଣ୍ଟା ପ୍ରତି ବେଗ ୪ରୁ ୫ କି.ମି. ରହିଛି। ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ବାୟୁମଣ୍ଡଳୀୟ ଚାପ ମଧ୍ୟ ହ୍ରାସ ପାଉଛି। ଏ ସବୁ ଲକ୍ଷଣ ଆଉ ଏକ ବାତ୍ୟା ସମ୍ଭାବନାକୁ ଖୋରାକ ଯୋଗାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ(ଡିପ୍ରେଶନ)ରେ ପରିଣତ ହେବା ସମ୍ଭାବନା ରହିଛି। ଆଇଏମ୍‌ଡିର ଟ୍ରପିକାଲ୍‌ ବାତ୍ୟା ବୁଲେଟିନ୍‌ କହୁଛି ଯେ, ଅବପାତ ହେଉଛି ବାତ୍ୟାର ଅଷ୍ଟମ ସ୍ତର। ଯଦି ଏହା ଚତୁର୍ଥ ସ୍ତରକୁ ଯିବ ତେବେ ତାହା ବାତ୍ୟା ଆକାରରେ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ଅଞ୍ଚଳରେ ବାୟୁର ବେଗ ହ୍ରାସ ପାଇବା ବାତ୍ୟା ସୃଷ୍ଟି ହେବା ନେଇ ସଙ୍କେତ ଦେଉଛି। ଯଦି ଏହି ଲଘୁଚାପ ବାତ୍ୟାରେ ରୂପାନ୍ତରିତ ହୁଏ ତେବେ ତାହାର ନାମ ‘ଗତି’ ରଖାଯିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ଏବେ ସୁଦ୍ଧା ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି ଯେ, ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କି.ମି. ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ସୋମବାର ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବହୁତ ବଢ଼ିଯିବ। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀକୁ ରାଜ୍ୟକୁ ବାଟ କଢ଼େଇବାରେ ସହାୟକ ହେବ। ଜୁନ୍‌ ୧୦ରେ ମୌସୁମୀ ପୁରୀ ଓ ଜଗତ୍‌ସିଂହପୁର ଜିଲା ଦେଇ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି ବୋଲି ବିଶ୍ୱାସ କହିଛନ୍ତି। ଆସନ୍ତା ଦୁଇଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦିନରେ ତାତି ବଢିବା ସାଙ୍ଗକୁ ଅପରାହ୍ନରେ କିମ୍ବା ରାତିରେ କେତେକ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଗଞ୍ଜାମ, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର, ବାୈଦ୍ଧ ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ଜୁନ ସୁଦ୍ଧା ଭାରତରେ ଦୁଇଟି ବାତ୍ୟା ମାଡ଼ ହୋଇ ସାରିଲାଣି। ମେ ୨୦ରେ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ପଶ୍ଚିମବଙ୍ଗକୁ ଧକ୍କା ଦେଇଥିବା ବେଳେ ଅନ୍ୟ ଏକ ବାତ୍ୟା ‘ନିସର୍ଗ’ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳକୁ ଧକ୍କା ଦେଇଛି। ମୌସୁମୀ ସମୟ ହୋଇଥିବାରୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ବାତ୍ୟାର ଭୟ ସେତେଟା ନ ଥାଏ। ସେପ୍ଟେମ୍ବର ଏବଂ ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା କେତେକ ବାତ୍ୟା ଉପକୂଳ ମୁହଁା ହୋଇଥାନ୍ତି। ତେବେ ଗତ କିଛିବର୍ଷ ହେବ ଜଳବାୟୁ ପରିବର୍ତ୍ତନ କାରଣରୁ ମେ ଓ ଜୁନ୍‌ରେ ଓଡ଼ିଶାକୁ ବାତ୍ୟାର ଭୟ ରହୁଛି। ୨୦୧୯ ମେ ୩ ରେ ବାତ୍ୟା ‘ଫନୀ’ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ବେଳେ ୨୦୨୦ ମେ ୨୦ରେ ବାତ୍ୟା ଅମ୍ଫନ ଉପକୂଳବର୍ତ୍ତୀ ଜିଲାକୁ ଦୋହଲାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri