Categories: ଜାତୀୟ

ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ ଅଞ୍ଚଳରେ ଥିବା ସମତଇ ବିଧାନସଭା ଆସନର ଭାଜପା ବିଧାୟକ ମୃଣାଳ ସେକିଆ ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହିତ ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ମୃଣାଳ ରନ୍ଧାଖାଦ୍ୟ ଏକ ଗାଡ଼ିରେ ବୋଝେଇ କରି ଏହାକୁ ନିଜେ ଚଳାଇ ବନ୍ୟା ପୀଡ଼ିତଙ୍କ ପାଖରେ ପ୍ରତିଦିନ ପହଞ୍ଚୁଛନ୍ତି। ପରେ ନିଜେ ହାତରେ ଲୋକଙ୍କୁ ଖାଦ୍ୟ ବଣ୍ଟନ ମଧ୍ୟ କରୁଛନ୍ତି। ବିଧାୟକ ରନ୍ଧାଖାଦ୍ୟ ବଣ୍ଟନ କରୁଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share