Categories: ଜାତୀୟ

ଆସାମରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାବେଳେ ମୋଦି ଟୁଇଟ୍‌ କରିଛନ୍ତି କାହା ପାଇଁ: କଂଗ୍ରେସ

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ମୁତୟନ କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଲୋକଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି। ମୋଦି କହିଛନ୍ତି ସ୍ଥାନୀୟ ଲୋକଙ୍କ ଅଧିକାର କ୍ଷୂର୍ଣ୍ଣ ହେବ ନାହିଁ। ତେବେ ଏହାକୁ ନେଇ କଂଗ୍ରେସ ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଆସାମରେ ବୁଧବାର ସନ୍ଧ୍ୟା ୭ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାବେଳେ ମୋଦି କାହା ପାଇଁ ଟୁଇଟ କରିଛନ୍ତି ବୋଲି କଂଗ୍ରେସ କହିଛି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share