Categories: ଜାତୀୟ

ଆସାମରେ କୋହଳ କରାଗଲା କର୍ଫ୍ୟୁ

ଗୁଆହାଟୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ଭାରତରେ ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ କୁର୍ଫ୍ୟୁ ଜାରି କରାଯାଇଥିଲା। ଗୁରୁବାର ଏହା ଆଣାୟତ୍ତ ଥିଲା। ହେଲେ ଶୁକ୍ରବାର ଦିବ୍ରୁଗଡରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ, ୨୦୧୯ ସୋମବାର ଲୋକ ସଭାରେ ଗୃହୀତ ହେବା ପରେ ବୁଧବାର ରାଜ୍ୟ ସଭା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ସେପଟେ ବିଲ୍‌କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କ୍ରମାଗତ ଚାରି ଦିନ ଧରି ବିଭିନ୍ନ ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଓ ଏନ୍‌ଜିଓ ପକ୍ଷରୁ ବିରୋଧ କରାଯାଇଛି। ଆସାମରେ ବିକ୍ଷୋଭକାରୀମାନେ ବୁଧବାର ରାତିରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରିଥିଲେ।

Share