Categories: ଜାତୀୟ

ଆସାମରେ ଏପର୍ଯ୍ୟନ୍ତ ଜଣେ ବି ନାହାନ୍ତି କରୋନା ସଂକ୍ରମିତ

ଗୁଆହାଟୀ,୨୦।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଆସାମରେ କିନ୍ତୁ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା। ଶୁକ୍ରବାର ସେ ଏହି ସୂଚନା ଦେଇଛନ୍ତି। ତେବେ ସାରା ବିଶ୍ୱରେ କରୋନାର ଭୟବହତାକୁ ଦେଖି ଆସାମରେ ସତର୍କତା ଅବଲମ୍ବନ କରାଗଲାଣି। ଆସାମରେ ସମସ୍ତ ପରୀକ୍ଷା ବାତିଲ କରାଯାଇଥିବା ବେଳେ ୫୦ ପ୍ରତିଶତ ସରକାରୀ କର୍ମଚାରୀ କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆସାମର କିଛି ଛାତ୍ରୀଛାତ୍ର ବାହାରେ ରହିଥିବାରୁ ଆଉ ଏବେ ଅନ୍ତର୍ଜାତୀୟ ଉଡାଣ ବନ୍ଦ କରି ଦିଆଯାଇଥିବାରୁ ସରକାର ସେମାନଙ୍କୁ ୨ହଜାର ଆମେରିକୀୟ ଡଲାର ସହାୟତା ଦେଇଛନ୍ତି। ଯେମିତିକି ବିମାନ ଚଳାଚଳ ପର୍ଯ୍ୟନ୍ତ ସେମାନଙ୍କୁ ଏହି ଅର୍ଥ ସାହାଯ୍ୟ କରିବ।

Share