ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର ସମସ୍ତ ଜିଲାରେ ଲକ୍‌ଡାଉନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ୧୭ଟି ଜିଲାରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ହେଲେ ଏହାକୁ ଏବେ ବୃଦ୍ଧି କରାଯାଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ କରାଯାଇଥିବା ଜଣାପଡ଼ିଛି। ଏଥିସହ ଲୋକଙ୍କୁ ଭୟଭୀତ ନ ହେବାକୁ ଏବଂ ଅଯଥା ମାସ୍କ ବ୍ୟବହାର ନ କରିବାକୁ ଆଦିତ୍ୟନାଥ ପରାମର୍ଶ ଦେଇଛନ୍ତି।

Share