ଆଲିଗଡ଼ର ତାଲା ଦେଇଛି ରୋଜଗାର: ପେଟ ପାଇଁ ପରିଶ୍ରମ କରନ୍ତି

କେନ୍ଦୁଝର,୨୮ା୭ (ସ୍ବ.ପ୍ର.)-ଆଗ୍ରହ ଓ ଉଦ୍ୟମ ଥିଲେ ରୋଜଗାରର ବାଟ ଦେଖାଦେବ ା ଏଭଳି ରୋଜଗାର ପାଇଁ ଉତ୍ତରପ୍ରଦେଶର ଆଲିଗଡ଼ରୁ ଯୁବକମାନେ ଆସି କେନ୍ଦୁଝରରେ ତାଲା ବିକ୍ରି କରିବା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି। ଆଲିଗଡ଼ ତାଲା କାରଖାନା ପାଇଁ ପ୍ରସିଦ୍ଧ ା ଏଠାରେ ଛୋଟ ବଡ ବହୁ ନାମୀଦାମୀ କମ୍ପାନୀର ତାଲା କାରଖାନା ରହିଥିବା ବେଳେ ଅନେକ ଲୋକ ହାତରେ ତାଲା ତିଆରି କରି ପେଟ ପୋଷୁଛନ୍ତି। ଏହି ତାଲାଗୁଡ଼ିକ ଦେଶର ବିଭିନ୍ନ ସ୍ଥାନକୁ ବିକ୍ରି ହେବାକୁ ଯାଇଥାଏ ା ବଡ ବଡ କମ୍ପାନୀ ତାଲାକୁ ଭଲ ଭଲ ପ୍ୟାକେଟରେ ଭର୍ତ୍ତି କରି ଡିଲର ଜରିଆରେ ଦେଶର ବିଭିନ୍ନ ରାଜ୍ୟକୁ ପଠାଇ ବ୍ୟବସାୟ କରିଥାନ୍ତି। ତେବେ ଛୋଟ ଛୋଟ କମ୍ପାନୀଗୁଡ଼ିକ ଯୁବକମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ଜରିଆରେ ଦେଶରେ ତାଲା ବିକିଥାନ୍ତି। ଏହି ଯୁବକମାନେ ବିଭିନ୍ନ ରାଜ୍ୟକୁ ଯାଇ ତାଲା ବିକି ଦୁଇପଇସା ଲାଭ କରି ଘରକୁ ଫେରନ୍ତି। ସେମାନେ ପ୍ରତ୍ୟେକ ବର୍ଷ ଦୁଇ ଥର କେନ୍ଦୁଝର ଆସନ୍ତି। ଦିନରେ ରହି ବିଭିନ୍ନ ହାଟବଜାର ବୁଲି ତାଲା ବିକି ଫେରିଯାଆନ୍ତି। ଦିନକୁ ୩୦୦ ରୁ ୪୦୦ ଟଙ୍କା ଲାଭ ମିଳିଥାଏ ବୋଲି କୁହନ୍ତି ତାଲା ବ୍ୟବସାୟୀ ମହମ୍ମଦ ଚାନ୍ଦ ମଲ୍ଲିକ। ଘରଦ୍ୱାର ଛାଡି ବିଭିନ୍ନ ରାଜ୍ୟ ବୁଲି ବୁଲି ତାଲା ଚାବି ବିକ୍ରି କରିଥାନ୍ତି। ମାସେ/ଦୁଇ ମାସରେ ଘରକୁ ଚାଲିଯାଆନ୍ତି। ପୁଣି ଅନ୍ୟ ରାଜ୍ୟକୁ ଯାଇ ତାଲା ବିକିଥାନ୍ତି ବୋଲି କୁହନ୍ତି। ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ସେ ତାଲା ବିକିଥାନ୍ତି ବୋଲି କହିଛନ୍ତି। ସେମାନେ ୪/୫ ଜଣ ଗ୍ରୁପ ହୋଇ ଆସିଥାନ୍ତି। ଏକାଠି ଧର୍ମଶାଳାରେ ଗୋଟିଏ ରୁମ୍‌ରେ ରହି ଦିନରେ ବୁଲି ବୁଲି ତାଲା ବିକିଥାନ୍ତି ବୋଲି କହିଛନ୍ତି ୟୁନିସ ମଲ୍ଲିକ।
ପାଠପଢ଼ା ଯୋଗ୍ୟତା ସମସ୍ତଙ୍କର କମ୍‌ ଥିଲେ ହେଁ ପରିଶ୍ରମ କରି ପେଟ ପୋଷିବା ସେମାନଙ୍କ ଧର୍ମ ହୋଇଛି ା ୧୫୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସାଇଜ ଓ କମ୍ପାନୀର ତାଲା ସେମାନେ ବିକିଥାନ୍ତି। ଏହି ତାଲା ବିକି ପରିବାର ଚଳାଇବା ପରମ୍ପରା ସେମାନଙ୍କର ବହୁ ପୁରୁଣା ା ସେମାନଙ୍କ ବାପା ଦାଦା ମାନେ ଏହି କାମ କରିଆସୁଛନ୍ତି ଏବଂ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି କାମ କରିବେ ବୋଲି ସେମାନଙ୍କ ବିଶ୍ୱାସ ରହିଛି ା
ଫଟୋ -ତାଲା ବିକୁଛନ୍ତି ଆଲିଗଡ଼ ଯୁବକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri