Categories: ଜାତୀୟ

ଆଲିଗଡ଼ରେ ବିକ୍ଷୋଭବେଳେ ଗୁଳିମାଡ଼

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ଠାରେ ରବିବାର ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ପୋଡ଼ାଜଳା ଓ ଟେକାମାଡ଼ ପରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗଳିମାଡ଼ କରିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିଂସାକାଣ୍ଡ ପରେ ପ୍ରଶାସନ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେଇଛି। ମହମ୍ମଦ ଅଲି ରୋଡରେ ଶନିବାରଠାରୁ ମହିଳା ବିକ୍ଷୋଭକାରୀମାନେ ଧାରଣାରେ ବସିଥିଲେ। ରବିବାର ଅପରାହ୍ନରେ ସେମାନଙ୍କୁ ହଟିଯିବାକୁ ପୋଲିସ କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

Share