ଆଲମଙ୍କଠାରୁ ଅଲଗା ହେଲେ ଶ୍ରଦ୍ଧା !

ବମ୍ବେ: ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରେମିକ ଆଲମ ମକ୍କଡ଼ଙ୍କୁ ସମସ୍ତଙ୍କ ସହ ପରିଚିତ କରିଥିଲେ ଶ୍ରଦ୍ଧା। ସେତେବେଳେ ସେ ୯ ମାସ ଧରି ଉଭୟଙ୍କୁ ଡେଟ୍‌ କରି ଆସୁଥିବା କହିଥିଲେ। ଏବେ କିନ୍ତୁ ଉଭୟ ଅଲଗା ହୋଇଥିବା ନେଇ ଆଲୋଚନା ହେଉଛି। ଗୋଟିଏ ପଟେ ଶ୍ରଦ୍ଧା ଏ ନେଇ ମୁହଁ ଖୋଲୁ ନ ଥିବା ବେଳେ ଆଲମ କିନ୍ତୁ ଏହାକୁ ମିଥ୍ୟା ବୋଲି କହୁଛନ୍ତି।

ଆଲମ ପେସାରେ ଜଣେ ବ୍ୟବସାୟୀ। ସେହିଭଳି ଶ୍ରଦ୍ଧା ଏକତା କପୁରଙ୍କ ଶୋ’ ‘କୁଣ୍ଡଲୀ ଭାଗ୍ୟ’ର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜରକୁ ଆସୁଛନ୍ତି। ଟିଆର୍‌ପି ଲିଷ୍ଟରେ ଶୋ’ ପ୍ରଥମ ସ୍ଥାନରେ ରହୁଥିବା ବେଳେ ଶ୍ରଦ୍ଧାଙ୍କ ଅଭିନୟ ମଧ୍ୟ ମନ କିଣୁଛି।
ଶ୍ରଦ୍ଧା ପ୍ରେମିକ ଆଲମଙ୍କ ସହ ‘ନଚ ବଲିୟେ’ରେ ଭାଗ ନେଇଥିଲେ। ଗତ ବର୍ଷ ନଭେମ୍ବରରେ ଶୋ’ ବନ୍ଦ ହୋଇଥିଲା। ଏହାର ଦୁଇ ମାସ ନ ପୂରୁଣୁ ଶ୍ରଦ୍ଧା-ଆଲମଙ୍କ ବ୍ରେକ୍‌ଅପ୍‌ ହୋଇଥିବା କୁହାଯାଉଛି। ଆପୋସ ବୁଝାମଣାରେ ଉଭୟ ସମ୍ପର୍କ ଛିନ୍ନ କରିଛନ୍ତି। ହେଲେ ଉଭୟେ ବିବାହ କରିପାରନ୍ତି ବୋଲି କୁହାଯାଉଥିବା ବେଳେ ଏବେ ଏଭଳି ଖବର ପ୍ରଶଂସକଙ୍କୁ ଚମକାଇ ଦେଇଛି।

Share