Categories: ବାଣିଜ୍ୟ

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ, ୪-୧୨: ରିଜର୍ଭ ବ୍ୟାଙ୍କର ୩ ଦିନିଆ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାସ୍ଥିତିରେ ରହିଥିବାବେଳେ କମିଟି ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରିବ। ଚଳିତ ଥର ମଧ୍ୟ ସୁଧହାର ହ୍ରାସ ହେବା ନେଇ ଆଶା କରାଯାଉଛି। ଯଦି ଚଳିତ ଥର ରିଜର୍ଭ ବ୍ୟାଙ୍କ ଏହାର ରେପୋ ବା ସୁଧହାର ହ୍ରାସ କରେ ଏହା ସ୍ବଳ୍ପମିଆଦି ଋଣ ହାର କ୍ଷେତ୍ରରେ ୬ଷ୍ଟ ଥରର ହ୍ରାସ ହେବ। ଏମ୍‌ପିସିି ବୈଠକ ଚଳିତ ମାସ ୩ରୁ ୫ ତାରିଖ ଯାଏ ଚାଲିବ। ଏହା ପଞ୍ଚମଦ୍ୱିମାସିକ ବୈଠକ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କମିଟିର ନିଷ୍ପତ୍ତି ଡିସେମ୍ବର ୫ରେ ରିଜର୍ଭ ବ୍ୟାଙ୍କ ଓ୍ବେବସାଇଟରେ ସ୍ଥାନିତ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୫ଥରରେ ରିଜର୍ଭ ବ୍ୟାଙ୍କ ଏହାର ରେପୋକୁ ୧୩୫ ବେସିସ ପଏଣ୍ଟ କମାଇଛି।

Share