Categories: ବାଣିଜ୍ୟ

ଆର୍‌ବିଆଇ, କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ମୁମ୍ବାଇ,୨୭।୫: କୋଭିଡ୍‌-୧୯ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ସୁବିଧା ଦିଆଯାଇଛି। ହେଲେ ଏହି ସମୟରେ ବ୍ୟାଙ୍କଗୁଡିକ ଲୋନ୍‌ ଆଉଟଷ୍ଟାଣ୍ଡିଙ୍ଗ ଉପରେ ସୁଧ ନେଉଛନ୍ତି। ଏହା ଉପରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏ ପ୍ରସଙ୍ଗରେ ଆର୍‌ବିଆଇ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବ୍ୟାଙ୍କଗୁଡିକର ଏଭଳି କାର୍ଯ୍ୟକୁ ବେଆଇନ ଏବଂ ଏକଛତ୍ରବାଦୀ ବୋଲି ଆବେଦନରେ ବିବେଚନା କରାଯାଇଛି। ଲୋକଙ୍କ ନିକଟରେ ବର୍ତ୍ତମାନ କାମ ନ ଥିବା ବେଳେ କମ୍ପାନୀଗୁଡିକର ସ୍ଥିତି ଖରାପ ରହିଛି। ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକ କିଭଳି ଏମିତି ନିର୍ଦୟ ହୋଇ ପାରିଲେ ବୋଲି ଆବେଦନରେ କୁହାଯାଇଛି। ମାମଲା ଉପରେ ଜଷ୍ଟିସ ଅଶୋକ ଭୂଷଣ, ଏସ୍‌.କେ.କୌଲ ଏବଂ ଏମ୍‌.ଆର୍‌.ଶାହା ଶୁଣାଣି କରୁଛନ୍ତି। ନୋଟିସର ଉତ୍ତର ଗୋଟିଏ ସପ୍ତାହ ମଧ୍ୟରେ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶରେ କହିଛନ୍ତି।

Share