ଆର୍‌ବିଆଇକୁ ୩୦ ହଜାର କୋଟି ଅନ୍ତରୀଣ ଲାଭାଂଶ ମାଗିପାରନ୍ତି ସରକାର

ନୂଆଦିଲ୍ଲୀ,୩୦-୯: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସରକାର ରିଜର୍ଭ ବ୍ୟାଙ୍କକୁ ୩୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ମାଗି ପାରନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ହୋଇଥିବା ୩.୩% ବିତ୍ତିୟ ନିୟଣ୍ଟ ଲକ୍ଷ୍ୟ ଆଧାରରେ ଏହି ପୁଞ୍ଜି ସରକାର କେନ୍ଦ୍ରୀୟ ବ୍ୟାଙ୍କଠାରୁ ଆଶା କରି ପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁ ରାଜସ୍ବ ସଂଗ୍ରହ କମୁଛି। ଏହା ଫଳରେ ସରକାରଙ୍କ ଉପରେ ଚାପ ରହିଛି। ଆବଶ୍ୟକତା ଭିତ୍ତିରେ ସରକାର ରିଜର୍ଭ ବ୍ୟାଙ୍କକୁ ୨୫ରୁ ୩୦ ହଜାର କୋଟି ଟଙ୍କା ଦେବାକୁ ନିବେଦନ କରିପାରନ୍ତି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। କେତେ ପରିମାଣର ଲାଭାଂଶ ଲୋଡା ପଡ଼ିବ ତାହା ଜାନୁୟାରୀ ମାସରେ ପ୍ରାଥମିକ ପର୍ଯ୍ୟାୟରେ ଆକଳନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ଲାଭାଂଶ ବାଦ ସରକାର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ଲାଗି ନ୍ୟାଶନାଲ ସ୍ମଲ ସେଭିଂ ଫଣ୍ଡ ଏବଂ ପୁଞ୍ଜି ପ୍ରତ୍ୟାହାର ଉପରେ ନିର୍ଭର କରିବେ। ପୂର୍ବରୁ ମଧ୍ୟ ସରକାର କେନ୍ଦ୍ରୀୟ ବ୍ୟାଙ୍କର ଅନ୍ତରୀଣ ଲାଭାଂଶ ଉପରେ ନିର୍ଭର କରିଛନ୍ତି। ଗତ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଅନ୍ତରୀଣ ଲାଭାଂଶ ଭାବେ ୨୮,୦୦୦ କୋଟି ଟଙ୍କା ଦେଇଥିଲା। ୨୦୧୭-୧୮ରେ ଏହା ୧୦,୦୦୦ କୋଟି ଟଙ୍କା ରହିଥିଲା।
ଗତ ମାସରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡ ସରକାରଙ୍କୁ ୧.୭୬ ଲକ୍ଷ କୋଟି ପୁଞ୍ଜି ହସ୍ତାନ୍ତରଣ ନେଇ ମଞ୍ଜୁରୀ ଦେଇଥିଲେ। ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ ଏହାର ମୋଟ ୧.୨୩ ଲକ୍ଷ କୋଟି ଟଙ୍କାର ନେଟ୍‌ ଆୟ ମଧ୍ୟରୁ ଅନ୍ତରୀଣ ଲାଭାଂଶ ଭାବେ ୨୮ ହଜାର କୋଟି ଟଙ୍କା ସରକାରଙ୍କୁ ଦେଇଛି। ଚଳିତ ଆର୍ଥତ୍କ ବର୍ଷ ସରକାର ଲାଭାଂଶ ବାବଦକୁ ୯୫,୪୧୪ କୋଟି ଟଙ୍କା ପାଇଛନ୍ତି। ୯୦ ହଜାର କୋଟି ଟଙ୍କା ପାଇବା ନେଇ ସରକାର ବଜେଟରେ ଆକଳନ କରିଥିଲେ। ଚଳିତ ଆର୍ଥତ୍କ ବର୍ଷ ସରକାରଙ୍କ ମୋଟ ଋଣ ୭.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୫.୩୫ ଲକ୍ଷ କୋଟି ଟଙ୍କା ରହିଥିଲା। ବିଭିନ୍ନ ଖର୍ଚ୍ଚକୁ ଧ୍ୟାନରେ ରଖି ସରକାରଙ୍କୁ ଅଧିକ ଅର୍ଖ ଲୋଡା ପଡୁଛି। ଅର୍ଥନୀତିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଘରୋଇ ନିବେଶ ବୃଦ୍ଧିକୁ ବର୍ତ୍ତମାନ ଗୁରୁତ୍ୱ ଦେଇଛନ୍ତି।
୪ରେ ଏମ୍‌ପିସି ବୈଠକ
ଅକ୍ଟୋବର ୪ରେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥନୀତିରେ ସୁଧାର ଲାଗି ଆଉ ୨୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହି ସମୟରେ ମୁଦ୍ରାସ୍ପୀତି ୪% ସ୍ତରରେ ରହିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri