ଆର୍‌ଏସ୍‌ଏସ୍‌ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କେନ୍ଦୁଝର ନଗର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ନଗର ସଂଘ ଚାଳକ ନୀଳମଣି ସାହୁ ଉଦ୍‌ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମହାମାରୀ କରୋନାକୁ ନେଇ ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ବ୍ଲଡ ବ୍ୟାଙ୍କରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ଆର୍‌ଏସ୍‌ଏସ୍‌ ପକ୍ଷରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ସଂଘର ସ୍ବୟଂସେବକଙ୍କ ସହ ସେମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ରକ୍ତଦାନ କରିଥିଲେ। କେନ୍ଦୁଝର ବ୍ଲଡବ୍ୟାଙ୍କ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।