Categories: ଜାତୀୟ

ଆର୍‌ଏସ୍‌ଏସ୍‌ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ଦେଶରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଆର୍‌ଏସ୍‌ଏସ୍‌ ନେତା ଏବଂ କେତେକ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ଏଭଳି ଆକ୍ରମଣ କରିବା ଲାଗି ଆତଙ୍କବାଦୀଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ରିପୋର୍ଟ ଆଧାରରେ ଦେଶରେ କେତେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ସନ୍ଦିଗ୍ଧ ପଦାର୍ଥ, ଗାଡ଼ି ତଥା ବ୍ୟକ୍ତି ବିଶେଷଙ୍କ ଯାଞ୍ଚ୍‌ କରାଯାଉଛି। ଏହାପଛରେ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା କୁହାଯାଉଛି।

Share