ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ

ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍‌ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ଏହାର ଟେଷ୍ଟ କରାଇଥିଲେ। ଆଉ ଏବେ ଏହି ରିପୋର୍ଟ ପଜିଟିଭ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ସେ ଘରେ ରହି କାମ କରିବେ। କିନ୍ତୁ ସେ କେମିତି ସଂକ୍ରମିତ ହେଲେ ଏହାର ଉତ୍ତରରେ ସେ କହିଛନ୍ତି, ଏକ ବୈଠକରେ ଯୋଗ ଦେଇଥିବା ସମୟରେ ଜଣେ ବ୍ୟକ୍ତି ବିନା ଗ୍ଲୋଭସ୍‌ ପିନ୍ଧି ତାଙ୍କୁ ପାଣି ଦେଇଥିଲେ। ଆଉ ପରେ ସେହି ବ୍ୟକ୍ତି ଜଣକ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। ତେଣୁ ସେହି ବ୍ୟକ୍ତିଙ୍କ ପାଖରେ ପ୍ରଧାନମନ୍ତ୍ରୀ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆର୍ମେନିଆରେ ମୋଟ ୩ ମିଲିୟନ ଜନସଂଖ୍ୟା ହୋଇଥିବା ବେଳେ ଏବେ ସେଠାରେ ପ୍ରାୟ ୯ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ୧୩୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

Share