ବ୍ରହ୍ମପୁର ଅଫିସ୍,୨୦ା୯- ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍ସ କଲର୍ସ ଆୱାର୍ଡ଼ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଆସନ୍ତା ୨୮ତାରିଖରେ କଲେଜରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଷ୍ଟ୍ରପତି କୋବିନ୍ଦଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ୍, ଲ୍ୟୁଟନାଣ୍ଟ ଜେନେରାଲ୍ ଅଶ୍ୱିନି କୁମାର, ଆର୍ମି ଏୟାର୍ ଡିଫେନ୍ସର ଡାଇରେକ୍ଟର୍ ଜେନେରାଲ୍ ଲ୍ୟୁଟନାଣ୍ଟ ଜେନେରାଲ୍ ଏ.ପି. ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର କଲେଜରେ ଫୁଲ୍ଡ୍ରେସ୍ ରିହରସାଲ୍ ଅନୁଷ୍ଠିତ ହୋଇଥିଲା। ଯବାନ୍ମାନେ ସେରିମୋନିଆଲ୍ ପରେଡ୍ ପ୍ରଦର୍ଶନ କରିଥିଲେ । ଅତିଥିଙ୍କ ଆଗମନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମର ପର୍ଯ୍ୟାୟକ୍ରମେ ଅଭ୍ୟାସ କରାଯାଇଥିଲା । ଏଥି ସହ ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ଅଭ୍ୟାସ ବେଳେ ଆର୍ମି ଏୟାର୍ ଡିଫେନ୍ସ କଲେଜ ମୁଖ୍ୟ ବ୍ରିଗେଡିୟର୍ ରାଜୀବ ଶ୍ରୀବାସ୍ତବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ଥଳ ସେନାର ସର୍ବୋଚ୍ଚ ଆୱାର୍ଡ଼ଗୁଡ଼ିକର ପ୍ରମୁଖ ହେଉଛି ପ୍ରେସିଡେଣ୍ଟ୍ସ କଲର୍ସ ଆୱାର୍ଡ଼। ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଅବଦାନ ପାଇଁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଥାଏ। ତେବେ କୌଣସି ଟ୍ରୁପ୍ ଅନ୍ତତଃ ୨୫ବର୍ଷ ପୂରଣ କରିବା ପରେ ଏହି ଆୱାର୍ଡ଼ ଦିଆଯାଇଥାଏ। ଆର୍ମି ଏୟାର୍ ଡିଫେନ୍ସ କଲେଜର ଗୌରବପୂର୍ଣ୍ଣ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଥିବା ଯୋଗୁ ଯବାନ୍ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି ।
Posted inଆମ ଜିଲା ଖବର, ଗଞ୍ଜାମ View All
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍ପି
ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...
Archives


