Posted inଜାତୀୟ

ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍‌ଏସ୍‌):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବା ନେଇ ବିବାଦ ଉଠିଛି। ଗୁଳିମାଡ଼ର କ୍ଷତରେ ଚୋରି କରାଯାଇଥିବା ବ୍ୟାଣ୍ଡ-ଏଡ୍‌ ଲଗାଇ ଚିକିତ୍ସା କରାଗଲେ ସେଥିରେ ଉପଶମ ହେବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଦେଶର ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟକୁ ନେଇ କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଆର୍‌ବିଆଇ ପକ୍ଷରୁ ଏହି ରେକର୍ଡ ପରିମାଣର ଅର୍ଥ ହସ୍ତାନ୍ତରଣ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାର ସମାଧାନ ପାଇଁ ବାଟ ପାଉନାହାନ୍ତି। ଏଥିପାଇଁ ସେମାନେ କେନ୍ଦ୍ରୀୟ ବ୍ୟାଙ୍କରୁ ଟଙ୍କା ଚୋରି କରୁଛନ୍ତି। ଏହା ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତରେ ବ୍ୟାଣ୍ଡ-ଏଡ୍‌ ଲଗାଇବା ସହ ସମାନ। ଆର୍‌ବିଆଇକୁ ଲୁଟ୍‌ କରାଯାଉଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ସେହିପରି ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି, ଭାରତ ଜଟିଳ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛି। ବିକାଶର ସମସ୍ତ ସୂଚକାଙ୍କ ନିମ୍ନସ୍ତରରେ ରହିଥିବାବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ରମାଗତ ଭାବେ ତଳକୁ ଖସିବାରେ ଲାଗିଛି। ୨୦୧୮-୧୯ ଆର୍ଥିକବର୍ଷର ଶେଷ ଚତୁଃମାସରେ ଜିଡିପି ୫.୮% ବୃଦ୍ଧି ପାଇଥିଲା। କିନ୍ତୁ ଚଳିତ ଆର୍ଥିକବର୍ଷର ପ୍ରଥମ ଚତୁଃମାସରେ ଏହାକୁ ୫.୬% କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଗତ ୭ ବର୍ଷରେ ଏହା ସର୍ବନିମ୍ନ ବୋଲି ଆସନ୍ତା ୩୦ ତାରିଖରେ ସ୍ପଷ୍ଟ ହୋଇଯିବ। ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଥିବା ଆନନ୍ଦ ଶର୍ମା ଆହୁରି କହିଛନ୍ତି, ଶିଳ୍ପ ଉତ୍ପାଦନର ସୂଚକାଙ୍କ ୨% ରହିଥିବାବେଳେ ମାନୁଫାକ୍‌ଚରିଂ ୧.୨% ରହିଛି। ଭାରତୀୟ ଟଙ୍କା ତା’ର ମୂଲ୍ୟର ୪% ହରାଇଛି ଏବଂ ଏହା ବର୍ତ୍ତମାନ ଏସିଆର ସବୁଠୁ ଦୁର୍ବଳ ମୁଦ୍ରା ଭାବେ ପରିଗଣିତ ହେଉଛି। ବେକାରି ହାର ୮.୨% ରହିଛି ବୋଲି କୁହାଯାଉଥିବାବେଳେ ବାସ୍ତବରେ ଏହା ୨୦%ରୁ ଅଧିକ। ଏହି ବିଷୟରେ ଯେକୌଣସି ଅର୍ଥନୀତିଜ୍ଞ ଯାଞ୍ଚ କରିପାରିବେ। ଅଟୋମୋବାଇଲ୍‌ ସେକ୍ଟର ସମେତ ଅନ୍ୟ ଶିଳ୍ପଗୁଡ଼ିକ ବିପଦ ଭିତରକୁ ଟାଣିହୋଇଗଲେଣି। ଏପରି କି ଲୋକେ ମଧ୍ୟ ଋଣ ପାଉନାହାନ୍ତି। ଏଥିଯୋଗୁ ଚାହିଦା ମଧ୍ୟ କମିବାରେ ଲାଗିଛି। ପୂର୍ବରୁ ବିମଲ ଜଲାନ କମିଟି ୧.୭ ଲକ୍ଷ କୋଟି ଟଙ୍କା ୪ରୁ ୫ଟି କିସ୍ତିରେ କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ସୁପାରିସ କରିଥିବାବେଳେ ଏତେ ପରିମାଣର ଅର୍ଥକୁ ଗୋଟିଏ କିସ୍ତିରେ ଦେବା ପାଇଁ କିପରି ନିଷ୍ପତ୍ତି ନିଆଯାଇଛି ବୋଲି ଆନନ୍ଦ ପ୍ରଶ୍ନ କରିଛନ୍ତି। ଏହାସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସପ୍ତାହେ ମଧ୍ୟରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ଏହାର ଜବାବ ରଖିଛନ୍ତି। ଜିଏସ୍‌ଟି ବୈଠକ ଅବସରରେ ପୁଣେରେ ସୀତାରାମନ୍‌ କହିଛନ୍ତି, ଏପରି ଅଭିଯୋଗକୁ ସେ ଖାତିର କରନ୍ତି ନାହିଁ। ରାହୁଲ ଆର୍‌ବିଆଇ ସମ୍ପର୍କରେ ଅଭିଯୋଗ ଆଣିବା ପୂର୍ବରୁ ତାଙ୍କ ସରକାର ଅମଳର ଅର୍ଥମନ୍ତ୍ରୀମାନଙ୍କ ପରାମର୍ଶ ନେବା ଉଚିତ ଥିଲା। କେନ୍ଦ୍ରୀୟ ବ୍ୟାଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ଚିନ୍ତାର ବିଷୟ। ପ୍ରକାଶ ଯେ, ଅର୍ଥନୈତିକ ପୁଞ୍ଜି ଢାଞ୍ଚା ସମୀକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗତ ଡିସେମ୍ବରରେ ଏହାର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା। ଆର୍‌ବିଆଇର ସେଣ୍ଟ୍ରାଲ ବୋର୍ଡକୁ ସୋମବାର ଉକ୍ତ କମିଟି ପ୍ରଦାନ କରିଥିବା ରିପୋର୍ଟରେ ଅନେକ ସୁପାରିସ କରାଯାଇଛି। ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି। ବିଗତ ଏକ ଦଶନ୍ଧି ମଧ୍ୟରେ ଆର୍‌ବିଆଇ ଏବେ ଦ୍ୱିତୀୟ ଥର ପାଇଁ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛି, ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri